ବିବାହ ପୂର୍ବରୁ ‘ପୁଲ୍‌ ପାର୍ଟି’ କଲେ ଅଭିନେତ୍ରୀ: ଆଜି ହଳଦୀ ଓ ସଂଗୀତ, କାଲି ବାହାଘର

Advertisment
ବିବାହ ପୂର୍ବରୁ ‘ପୁଲ୍‌ ପାର୍ଟି’ କଲେ ଅଭିନେତ୍ରୀ: ଆଜି ହଳଦୀ ଓ ସଂଗୀତ, କାଲି ବାହାଘର

www.google.com

ମୁମ୍ବାଇ: ଆପଣ ଯଦି ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ୟେ ହେ ମହବତୈଁ’ ଧାରାବାହିକ ଦେଖିଥିବେ ତ କୃଷ୍ଣା ମୁଖାର୍ଜୀଙ୍କୁ କେବେ ବି ଭୁଲିବେ ନାହିଁ। ଏହି ଧାରାବାହିକରେ ଅନେକ ଲୋପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ଜଣକ ଏବେ ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ଆସନ୍ତାକାଲି ପ୍ରେମିକ ଚିରାଗ ବାଟଲିବାଲାଙ୍କୁ ବିବାହ କରିବେ ବୋଲି ସୂଚନା ରହିଛି।

ତାଙ୍କ ବିବାହ ରୀତି ସବୁ ଆରମ୍ଭ ହୋଇଗଲାଣି। ଗତକାଲି ତାଙ୍କର ମେହେନ୍ଦୀ ଉତ୍ସବ ହୋଇଥିଲା। ମେହେନ୍ଦୀ ଉତ୍ସବର ତାଙ୍କର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହେବାରେ ଲାଗିଛି। ଉତ୍ସବରେ ସେ ଏକ ମେହେନ୍ଦୀ ରଂଗର ପୋଷାକ ପିନ୍ଧି ଏକଦମ ବିନ୍ଦାସ ଅନ୍ଦାଜରେ ଫଟୋ ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଛି।

କୃଷ୍ଣା ତାଙ୍କ ମେହେନ୍ଦୀରେ ଭାବି ସ୍ବାମୀଙ୍କ ସହ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରିଥିବାର ବି ନଜର ଆସିଛନ୍ତି। ଦୁହେଁ ଏପରି ନାଚିଥିଲେ ଯେ ପୂରା ଉତ୍ସବରେ ସମସ୍ତଙ୍କ ନଜର ବାସ୍‌ ସେ ଦୁଇ ଜଣଙ୍କ ଉପରେ ରହିଥିଲା।

କୃଷ୍ଣା ମୁଖାର୍ଜୀଙ୍କ ଏହି ବଡ଼ ଉତ୍ସବରେ ଟିଭିର ଅନେକ କଳାକାର ସାମିଲ୍‌ ହୋଇ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ୍‌ କରୁଛନ୍ତି। ମେହେନ୍ଦୀ ପୂର୍ବରୁ ସେ ତାଙ୍କ ଭାବି ସ୍ବାମୀଙ୍କ ସହ ପୁଲ୍‌ ପାର୍ଟି ଖୁବ୍ ଉପଭୋଗ କରିଥିଲେ।

ତେବେ ଆଜି ହଳଦୀ ଓ ସଂଗୀତ ଉତ୍ସବ ରହିଥିବା ବେଳେ ଆସନ୍ତାକାଲି ବାହା ହେବାକୁ ଯାଉଛନ୍ତି ଅଭିନେତ୍ରୀ। ବିବାହ ପାଇଁ ଅଭିନେତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe