ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏହି ସ୍ବାସ୍ଥ୍ୟ ସମସ୍ୟା ସହ ଲଢ଼ୁଛନ୍ତି ଦିବ୍ୟାଙ୍କା

tdibyankati

ମୁମ୍ବାଇ: ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ତାଙ୍କ ଅଭିନୟ ଦକ୍ଷତା ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଏବେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଚର୍ଚ୍ଚାରେ ରହିଛି। କିଛି ଦିନ ତଳେ ସେ ତାଙ୍କ ସ୍ୱାମୀ ବିବେକ ଦହିୟାଙ୍କୁ ଛାଡପତ୍ର ଦେବେ ବୋଲି ଚର୍ଚ୍ଚା ହେଉଥିଲା। ଏହା ଉପରେ ବିବେକ ଦହିଆ ପ୍ରତିକ୍ରିୟା ଦେଇ ଏହି ଖବରଗୁଡ଼ିକୁ ମିଥ୍ୟା ବୋଲି କହିଥିଲେ।

ସ୍ବାମୀଙ୍କ ସ୍ପଷ୍ଟୀକରଣ ପରେ ଏବେ ଦିବ୍ୟାଙ୍କା ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି। ଦିବ୍ୟାଙ୍କା ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ତାଙ୍କୁ ଡେଙ୍ଗୁ ହୋଇଛି। ଦିବ୍ୟାଙ୍କା ଥର୍ମୋମିଟରର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାପମାତ୍ରା ୧୦୨.୩°ଫାରେନହାଇଟ୍ ଥିବା ଦେଖାଯାଇଛି।

पति विवेक संग तलाक की अफवाहों के बीच दर्द में Divyanka Tripathi, अब हुई ये बीमारी

ଫଟୋର ପୃଷ୍ଠଭୂମିରେ ଦିବ୍ୟାଙ୍କା ଦର୍ପଣ ସାମ୍ନାରେ ବସିଥିବାର ଦେଖାଯାଇଛି। ସେ ତାଙ୍କ କେଶ ସଜାଉଛନ୍ତି। ଏହା ସହିତ, ସେ ଏକ 'ବାଥରୋବ୍' ପିନ୍ଧିଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, "ଯେଉଁମାନେ ଜାଣିବାକୁ ଚାହୁଁଥିଲେ...ମୋତେ ଡେଙ୍ଗୁ ହୋଇଛି। ମୁଁ ଭଲ ହେଉଛି।"

ଏହି ପୋଷ୍ଟ ପରେ ଏବେ ତାଙ୍କ ପ୍ରଶଂସକ ଅଭିନେତ୍ରୀଙ୍କ ସୁସ୍ଥତା କାମନା କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe