ବକ୍ସଅଫିସରେ ନୁହେଁ, ୟୁଟ୍ୟୁବରେ ରେକର୍ଡ କରୁଛି ଏହି ସାଉଥ ଫିଲ୍ମ

Advertisment
ବକ୍ସଅଫିସରେ ନୁହେଁ, ୟୁଟ୍ୟୁବରେ ରେକର୍ଡ କରୁଛି ଏହି ସାଉଥ ଫିଲ୍ମ

ମୁମ୍ବାଇ: ଅଭିନେତ୍ରୀ ରାକୁଲପ୍ରୀତ ସିଂ ଯଦିଓ ବଲିଉଡ ଫିଲ୍ମରେ କମ୍ ନଜର ଆସିଛନ୍ତି କିନ୍ତୁ ଆଜିକାଲି ସାଉଥ ଇଣ୍ଡଷ୍ଟ୍ରିରେ ତାଙ୍କୁ ନେଇ ଖୁବ ପ୍ରଶଂସା ଶୁଣିବାକୁ ମିଳୁଛି | ବାସ୍ତବରେ ସାଉଥ ଅଭିନେତା ବେଲମକୋଣ୍ଡା ଶ୍ରୀନିବାସଙ୍କ ସହ ରାକୁଲପ୍ରୀତଙ୍କ ଏକ ଫିଲ୍ମ ୟୁଟ୍ୟୁବରେ ରେକର୍ଡ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ବାସ୍ତବରେ ଉଭୟଙ୍କ ତେଲୁଗୁ ଚଳଚ୍ଚିତ୍ର 'ଜୟା ଜାନକୀ ନାୟକ'ର ହିନ୍ଦୀ ଡବିଙ୍ଗ ଫିଲ୍ମ 'ଖୁଙ୍କାର'କୁ ୟୁଟ୍ୟୁବରେ ୭୦୦ ମିଲିୟନ୍ ଥର ଦେଖାଯାଇଛି | ବାସ୍ତବରେ ୟୁଟ୍ୟୁବରେ ସାଉଥ ଚଳଚ୍ଚିତ୍ରର ବହୁତ ଡିମାଣ୍ଡ ରହିଛି | ଅଧିକାଂଶ ୟୁଜର୍ସ ୟୁଟ୍ୟୁବରେ ହିନ୍ଦୀ ଡବିଙ୍ଗ ହୋଇଥିବା ସାଉଥ ସିନେମା ଦେଖିବାକୁ ସର୍ଚ୍ଚ କରିଥାନ୍ତି |

ତେବେ ଏହି ଫିଲ୍ମ ବିଷୟରେ କହିବାକୁ ଗଲେ ୨୦୧୮ ମସିହା ଫେବୃଆରୀ ମାସରେ, ପେନ ମୁଭିଜ ପକ୍ଷରୁ 'ଖୁଙ୍କାର'ଙ୍କୁ ୟୁଟ୍ୟୁବରେ ରିଲିଜ କରାଯାଇଥିଲା, ଯାହାକୁ ୟୁଟ୍ୟୁବରେ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଏହି ସମୟରେ, ଏହି ଚଳଚ୍ଚିତ୍ରକୁ ୭୦୯ ନିୟୁତ ଥର ଦେଖାଯାଇଛି | ଖବର ଅନୁଯାୟୀ, ଖୁଙ୍କାର, ୟୁଟ୍ୟୁବରେ ସର୍ବାଧିକ ଦେଖାଯାଇଥିବା ହିନ୍ଦୀ ଡବିଙ୍ଗ ଫିଲ୍ମ ହୋଇ ରେକର୍ଡ କରିଛି। ଏହି ଚଳଚ୍ଚିତ୍ରରେ ଭରପୁର ଆକ୍ସନ ଥିବାବେଳେ ଏକ ସୁନ୍ଦର ପ୍ରେମ କାହାଣୀ ମଧ୍ୟ ରହିଛି | ତେବେ ୟୁଟ୍ୟୁବରେ ସଫଳତା ପରେ ବେଲମକୋଣ୍ଡା ଶ୍ରୀନିବାସ ବଲିଉଡରେ ପାଦ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe