ଏଭଳି ରୋଗରେ ପୀଡ଼ିତ ହେଲେ ଅରମାନଙ୍କ ସାନ ପୁଅ

ଅରମାନଙ୍କ ଦ୍ବିତୀୟ ସ୍ତ୍ରୀ କୃତିକା ମଲିକଙ୍କ ୨ବର୍ଷର ପୁଅ ଜୈଦ ରିକେଟ୍ସ (ଭିଟାମିନ ଡି ତଥା କ୍ୟାଲସିୟମ ଅଭାବରେ ପିଲାମାନଙ୍କୁ ହେଉଥିବା ଏକ ରୋଗ) ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।। 

ିକ୍ତି

ନୂଆଦିଲ୍ଲୀ: ୟୁଟ୍ୟୁବର ଅରମାନ ମାଲିକଙ୍କ ସାନ ପୁଅ ଜୈଦ ଅସୁସ୍ଥ ହୋଇପଡ଼ିଛନ୍ତି। ପୁଅର ଅସୁସ୍ଥତା ବିଷୟରେ ଜାଣିବା ପରେ ଅରମାନଙ୍କ ସ୍ତ୍ରୀ କୃତିକା ଏବଂ ପାୟଲ ଧୌର୍ଯ୍ୟ ଧରି ରହି ପାରୁ ନାହାନ୍ତି। ଭୋଭୋ ହୋଇ କାନ୍ଦି ଚାଲିଛନ୍ତି।

ଅରମାନଙ୍କ ଦ୍ବିତୀୟ ସ୍ତ୍ରୀ କୃତିକା ମଲିକଙ୍କ ପୁଅ ଜୈଦଙ୍କୁ ମାତ୍ର ୨ ବର୍ଷର। ସମ୍ପ୍ରତି ଜୈଦ ରିକେଟ୍ସ (ଭିଟାମିନ ଡି ତଥା କ୍ୟାଲସିୟମ ଅଭାବରେ ପିଲାମାନଙ୍କୁ ହେଉଥିବା ଏକ ରୋଗ) ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।। 

ଏହି ରୋଗ ହେଲେ ପିଲାମାନଙ୍କର ହାଡ଼ ସହଜରେ ବଙ୍କା ହୋଇ ଭାଙ୍ଗି ଯାଇପାରେ। ଜୈଦଙ୍କ ମେଡିକାଲ ରିପୋର୍ଟ ଆସିବା ପରେ କୃତିକା ଏବଂ ପାୟଲ ପୁଅର ଚିକିତ୍ସା କରାଇବାରେ ବ୍ୟସ୍ତ ଅଛନ୍ତି।

ମାଲିକ ପରିବାର ସେମାନଙ୍କର ନୂତନ ଭ୍ଲଗ୍ ସେୟାର କରିଛନ୍ତି। ଯେଉଁଥିରେ ସେମାନେ ଜୈଦଙ୍କୁ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଚିକିତ୍ସା ସମୟରେ ଜୈଦ କାନ୍ଦୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। କୃତିକା ପୁଅର ଏଭଳି ଅବସ୍ଥା ଦେଖି ପାରୁ ନଥିବାରୁ ପାୟଲ ତାଙ୍କୁ କୋଳରେ ବସାଇଛନ୍ତି।

କୃତିକା ମଲିକ ୨୦୨୩ ଏପ୍ରିଲ ୬ ତାରିଖରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ହେବା ପରଠାରୁ ଜୈଦ ସାମାନ୍ୟ ଅସୁସ୍ଥ ରହୁଥିଲେ। ଅନେକ ଥର କୃତିକା ତାଙ୍କ ଭ୍ଲଗରେ ତାଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଲୋକଙ୍କୁ ବି ଜଣାଇଥିଲେ। ନିକଟରେ ଜୈଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ରିକେଟ୍ସର ଶିକାର ହୋଇଥିବା ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe