ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରିଥିବା ଅରମାନଙ୍କୁ ଶୀଘ୍ର ଗିରଫ କରାଯାଉ: ଶିବସେନା ନେତା

Advertisment
ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରିଥିବା ଅରମାନଙ୍କୁ ଶୀଘ୍ର ଗିରଫ କରାଯାଉ: ଶିବସେନା ନେତା

ନୂଆଦିଲ୍ଲୀ: 'ବିଗ୍ ବସ୍ ଓଟିଟି ୩' ପ୍ରତିଯୋଗୀ ଅରମାନ ମଲିକଙ୍କ କାରଣରୁ ଚର୍ଚ୍ଚାର ପରିସରରେ ରହିଛି। କିଛିଦିନ ତଳେ ସୋ’ରେ ଅରମାନ ମଲିକ୍ ଦ୍ବିତୀୟ ସ୍ତ୍ରୀ କ୍ରିତିକା ମଲିକଙ୍କ ସହିତ ଅନ୍ତରଙ୍ଗ ହୋଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା।

ଏହି ଭିଡିଓ ସ‌ାମ୍ନାକୁ ଆସିଲା ଦିନ ଠାରୁ ଅରମାନ ଓ କ୍ରିତିକାଙ୍କୁ ନେଇ ଟ୍ରୋଲ କରାଯାଇ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘'ବିଗ୍ ବସ୍ ଓଟିଟି ୩'ରେ ପାଖାପାଖି ୫୦୦ କ୍ୟାମେରା ଲାଗିଛି। ଏହି କ୍ୟାମେରା ସାମ୍ନାରେ ସ୍ତ୍ରୀ ସହିତ ଅନ୍ତରଙ୍ଗ ମୂହୂର୍ତ୍ତ ଅରମାନ କିପରି ବିତାଇ ପାରିଲେ। ଏହା ଏକ ପାରିବାରିକ ସୋ’। ଯାହାକୁ ଘରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଦେଖି ଥାଆନ୍ତି।’

ଅରମାନଙ୍କ ଏହି ଭିଡିଓକୁ ନେଇ ଶିବସେନା ସଚିବ ଓ ପ୍ରବକ୍ତା ମନୀଷା କାୟନ୍ଦେ ୟୁଟ୍ୟୁବରଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ଏଥିସହିତ ମନୀଷା କାୟଦେ କହିଛନ୍ତି, ‘'ବିଗ୍ ବସ୍ ଓଟିଟି ୩'ରେ ଭାଗ ନେଇଥିବ‌ା ୟୁଟ୍ୟୁବର ଅରମାନ ମଲିକ ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ରିୟଲିଟି ସୋ’ ନାମରେ ଅଶ୍ଳୀଳତା ଦେଖାଯାଉଛି। ଯୁବପିଢ଼ିଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ। ତେଣୁ ମୁମ୍ବାଇ ପୁଲିସକୁ ମୋର ଅନୁରୋଧ ଅରମାନଙ୍କ ସମେତ ସୋ’ର ସିଇଓଙ୍କୁ ଯଥାଶୀଘ୍ର ଗିରଫ କରାଯାଉ।

ଆଗ‌ାମୀ ସପ୍ତାହରେ କେନ୍ଦ୍ରର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପାଖକୁ ଯିବି। ମୁଁ ତାଙ୍କୁ ସଂସଦରେ ମୌସୁମୀ ଅଧିବେଶନରେ ଓଟିଟି ପ୍ଲାଟଫର୍ମକୁ ନେଇ ନିୟମ ଲାଗୁ କରିବା ପାଇଁ ଅନୁରୋଧ କରିବି।’

ଅରମାନଙ୍କ ଏହି ବିବାଦୀୟ ଭିଡିଓ ଦେଖିବା ପରେ ୟୁଟୁବ୍ୟରଙ୍କ ପ୍ରତମ ସ୍ତ୍ରୀ ପାୟଲ ମଲିକ ତାଙ୍କ ୟୁଟ୍ୟୁବ ବ୍ଲଗରେ ପ୍ରତିକ୍ରିୟା କହିଛନ୍ତି, ‘ବିଗ୍ ବସ୍ ଘରୁ ଅରମାନ ଏବଂ କ୍ରିତିକାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ‌ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଯାହାକି ମୋତେ ଆଘାତ ପହଞ୍ଚାଇଛି। ମୁଁ ଯେତେବେଳେ ଭିଡିଓ ଦେଖିଲି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି। ତା’ପରେ ସବୁକିଛି ବୁଝି ପାରିଲି। ଏହି ଭିଡିଓ ଏଡିଟିଂ ହୋଇଛି ବୋଲି ଜାଣି ପାରିଲି। କାରଣ ମୁଁ ବିଗ୍ ବସ୍ ଘରେ ୮ରୁ୯ ଦିନ ରହିଆସିଛି । ତେଣୁ ମୁଁ ଘରର ପ୍ରତ୍ୟେକ କୋଣ ଏବଂ କୋଣକୁ ଭଲଭାବେ ଜାଣିଛି।

ତେଣୁ ମୁଁ ଦାବିର ସହ କହୁଛି ଏହି ଭିଡିଓ ଏଡିଟି ହୋଇଛି। ଦୟାକରି ଯିଏ ଏପରି କରୁଛନ୍ତି ତାଙ୍କୁ ହାତଯୋଡ଼ି କହୁଛି। ସୀମା ଅତିକ୍ରମ କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe