ଅଶ୍ଲୀଳ ପ୍ରଶ୍ନ ପାଇଁ କ୍ଷମା ମାଗିଲେ ରଣବୀର ! ଜାଣନ୍ତୁ ପୂରା ଘଟଣା

ରଣବୀର ଆଲ୍ଲାହାବାଦିଆ ଭାରତର ଲୋକପ୍ରିୟ ୟୁଟ୍ୟୁବର୍ସମାନଙ୍କ ମଧ୍ୟରୁ ଜଣେ। ନିଜ ପଡକାଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ବଡ଼ ବଡ଼ ବ୍ୟକ୍ତିତ୍ବଙ୍କୁ ପଡକାଷ୍ଟକୁ ଡାକି ନିଜ ପ୍ରଶଂସକଙ୍କୁ ବିଭିନ୍ନ କ୍ଷେତ୍ର ବିଷୟରେ ଅବଗତ କରାଉଥିବା ରଣବୀର ଏବେ ବିବାଦରେ।

eqr

23

ମୁମ୍ବାଇ: ରଣବୀର ଆଲ୍ଲାହାବାଦିଆ ଭାରତର ଲୋକପ୍ରିୟ ୟୁଟ୍ୟୁବର୍ସମାନଙ୍କ ମଧ୍ୟରୁ ଜଣେ। ନିଜ ପଡକାଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ବଡ଼ ବଡ଼ ବ୍ୟକ୍ତିତ୍ବଙ୍କୁ ପଡକାଷ୍ଟକୁ ଡାକି ନିଜ ପ୍ରଶଂସକଙ୍କୁ ବିଭିନ୍ନ କ୍ଷେତ୍ର ବିଷୟରେ ଅବଗତ କରାଉଥିବା ରଣବୀର ଏବେ ବିବାଦରେ। ୟୁଟ୍ୟୁବରେ ପ୍ରସାରିତ କମେଡି ସୋ’ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'କୁ ଯାଇ ସେ ପଚାରିଥିବା ପ୍ରଶ୍ନ ପାଇଁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ଧମକ ଦିଆଯିବା ସହ ତାଙ୍କୁ ବଏକଟ ପାଇଁ ଦାବି କରାଯାଉଥିବା ଦେଖି କ୍ଷମା ମାଗିଛନ୍ତି ରଣବୀର।

ଏକ ଭିଡିଓ ସେୟାର କରି ସେ କହିଛନ୍ତି, " 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ରେ ମୁଁ ଯାହା କହିଥିଲି ତାହା କହିବା ଉଚିତ୍ ନଥିଲା। ଏଥିପାଇଁ ମୁଁ ଦୁଃଖିତ। ମୋର ମନ୍ତବ୍ୟ ଅନୁପଯୁକ୍ତ ଥିବା ବେଳେ ମଜାଦାର ନଥିଲା। କମେଡି ମୋ ପକ୍ଷେ ଅସମ୍ଭବ। ମୁଁ କେବଳ ଦୁଃଖ ପ୍ରକାଶ କରିବାକୁ ଏହି ଭିଡିଓ କରିଛି । ଯାହା ଘଟିଲା ତାକୁ ନେଇ କୌଣସି ଯଥାର୍ଥତା କିମ୍ବା ଯୁକ୍ତି ଦେବି ନାହିଁ। ମୁଁ କେବଳ କ୍ଷମା ପ୍ରାର୍ଥନା କରିପାରିବି। ମୋ ପଡକାଷ୍ଟକୁ ସବୁ ବୟସର ଲୋକମାନେ ଦେଖନ୍ତି। ମୁଁ ଏପରି ବ୍ୟକ୍ତି ହେବାକୁ ଚାହୁଁନାହିଁ ଯିଏ ଏହି ଦାୟିତ୍ୱକୁ ହାଲୁକା ଭାବରେ ଗ୍ରହଣ କରିବ। ମୁଁ ଏଭଳି ଭୁଲ କେବେ ନକରିବାର ପ୍ରତିଶ୍ରୁତି ଦେଉଛି। ଭିଡିଓରୁ ମୋର ଅସମ୍ମାନଜନକ ପ୍ରଶ୍ନକୁ ହଟାଇବା ପାଇଁ ମୁଁ ଭିଡିଓର ନିର୍ମାତାଙ୍କୁ ଅନୁରୋଧ କରିଛି ଏବଂ ଶେଷରେ ମୁଁ କେବଳ ଏତିକି କହିପାରିବି ଯେ ମୁଁ ଦୁଃଖିତ। ମୁଁ ଆଶା କରୁଛି ଆପଣମାନେ ଜଣେ ମଣିଷ ଭାବରେ ମୋତେ କ୍ଷମା କରିବେ।"

ଉଲ୍ଲେଖଯୋଗ୍ୟ, 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ଅଧ୍ୟାୟକୁ ରଣବୀର ଅତିଥି ହୋଇ ଯାଇଥିଲେ। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ, "ତୁମେ କ'ଣ ତୁମ ବାପାମାଙ୍କୁ ଜୀବନସାରା ପ୍ରତିଦିନ ଶାରୀରିକ ସମ୍ପର୍କ ରଖୁଥିବାର ଦେଖିବାକୁ ପସନ୍ଦ କରିବ ନା ଥରେ ଏଥିରେ ସାମିଲ ହୋଇ ସବୁଦିନ ପାଇଁ ବନ୍ଦ କରିଦେବ?" ତାଙ୍କର ଏହି ପ୍ରଶ୍ନ କାହାକୁ ପସନ୍ଦ ଆସିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe