ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ ରଣବୀର ଓ ତାଙ୍କ ପ୍ରେମିକା, ବଞ୍ଚାଇଲେ ଆଇପିଏସ୍ ଅଫିସର

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଲୋକପ୍ରିୟ ପଡକାଷ୍ଟର ରଣବୀର ଆଲ୍ଲାହାବାଦିଆ। ନିଜ ପ୍ରେମିକାଙ୍କ ସହ ସେ ଗୋଆ ବୁଲିବାକୁ ଯାଇଥିବା ବେଳେ ସମୂଦ୍ରରେ ଭାସିଯାଇଥିଲେ। ଦୁହିଁଙ୍କୁ ଜଣେ ଆଇପିଏସ୍ ଅଧିକାରୀ ଏବଂ ତାଙ୍କ ଆଇଆରଏସ ପତ୍ନୀ ବଞ୍ଚାଇଥିବା ଜଣାଯାଇଛି।

tranveera

ପାନାଜୀ: ଚର୍ଚ୍ଚାରେ ଜଣାଶୁଣା ୟୁଟ୍ୟୁବର୍ ରଣବୀର ଆଲ୍ଲାବାଦିଆ। ବିୟରବାଇସେପ୍ସ ନାମରେ ଜଣାଶୁଣା ରଣବୀର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଥିବା ଜଣାଇଛନ୍ତି। ଇନଷ୍ଟାରେ ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ, ଡିସେମ୍ବର ୨୪ରେ ସେ ଗୋଆର ଏକ ସମୂଦ୍ରରେ ବୁଡ଼ିଯାଇଥିଲେ। ତାଙ୍କ ସହ ତାଙ୍କ ପ୍ରେମିକା ବି ଥିଲେ। ପାଟିରେ ପାଣି ପଶିଯିବା ସହ ପହଁରିବା ପାଇଁ ଆଉ ଶକ୍ତି ମିଳିନଥିଲେ। ଏହି ସମୟରେ ଜଣେ ଆଇପିଏସ୍ ଓ ଆଇଆରଏସ୍ ଦମ୍ପତ୍ତିଙ୍କ ପାଇଁ ଦୁହେଁ ବଞ୍ଚିଗଲେ। ତାଙ୍କର ଏହି ପୋଷ୍ଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ମାଧ୍ୟମରେ ସେ ଆଇପିଏସ୍ ଅଧିକାରୀ ଏବଂ ତାଙ୍କ ଆଇଆରଏସ ପତ୍ନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଲୋକପ୍ରିୟ ପୋଡକାଷ୍ଟର ବୁଧବାର ଦିନ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଲେଖି ଏକ ପୋଷ୍ଟ ସେୟାର କରିଥିଲେ। ପୋଷ୍ଟରେ ତାଙ୍କର କିଛି ଫଟୋ ମଧ୍ୟ ରହିଛି। ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, "ଆମେ ଏବେ ଭଲ ଅଛୁ। କିନ୍ତୁ ମଙ୍ଗଳବାର ମୋ ସହ ଓ ମୋ ପ୍ରେମିକାଙ୍କ ସହ ଯାହା ଘଟିଥିଲା, ତାହା ସବୁଦିନ ପାଇଁ ମନେ ରହିବ। ଆମେ ଦୁହେଁ ସମୂଦ୍ରରେ ପହଁରୁଥିବା ବେଳେ ଏକ ବଡ଼ ଢ଼େଉ ଆସିବାରୁ ଆମେ ଭାସି ଯାଇଥିଲୁ। ଆମେ ଦୁହେଁ ଭଲ ଭାବରେ ପହଁରିବା ଶିଖିଛୁ। ହେଲେ ହଠାତ୍ ବଡ଼ ଢ଼େଉ ଆସି କେତେବେଳେ ଯେ ଆମକୁ ଟାଣି ନେଲା ଆମେ ଜାଣିପାରିଲୁ ନାହିଁ। ୫-୧୦ମିନିଟ୍ ଆମେ ପହଁରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ। ହେଲେ ଆଉ ଦେହରେ ଶକ୍ତି ନଥିଲା। ମୁଁ ଧୀରେ ଧୀରେ ବୁଡ଼ିବାକୁ ଲାଗୁଥିବା ବେଳେ ମୁଁ ହାର୍ ନମ‌ାନି ସାହାଯ୍ୟ ପାଇଁ ଚିତ୍କାର କରିଥିଲି। ମୋ ପାଟି ଶୁଣି ପାଖରେ ଗାଧୋଉଥିବା ଆଇପିଏସ୍ ଅଧିକାରୀ ଏବଂ ତାଙ୍କ ଆଇଆରଏସ ପତ୍ନୀ ଆମକୁ ବଞ୍ଚାଇବାକୁ ଆସିଥିଲେ। ଦୁହିଁଙ୍କ ପ‌ାଇଁ ଆମକୁ ଆଜି ନୂଆ ଜୀବନ ମିଳିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe