କ୍ରିକେଟ ସହ ଫିଲ୍ମରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି ଏହି ସବୁ କ୍ରିକେଟର

Advertisment
କ୍ରିକେଟ ସହ ଫିଲ୍ମରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି ଏହି ସବୁ କ୍ରିକେଟର

ଭାରତରେ କିଛି ଏଭଳି କ୍ରିକେଟର ରହିଛନ୍ତି, ଯେଉଁମାନେ ଭଲ କ୍ରିକେଟ ଖେଳି ପାରୁଥିବା ସହ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଫିଲ୍ମରେ ନିଜର କ୍ୟାରିୟର ଆଗକୁ ବଢ଼ାଇ ପାରି ନଥିଲେ ମଧ୍ୟ କିଛି କ୍ରିକେଟର ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ....

୧. ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଟିମ୍‌ ଇଣ୍ଡିଆର ଦିଗ୍ଗଜ ଲେଗ୍‌ ସ୍ପିନର ଅନୀଲ କୁମ୍ବଲେ ଅନୁପମ ଖେର୍‌ ଏବଂ ମନ୍ଦିରା ବେଦୀଙ୍କ ଅଭିନୀତ ଫିଲ୍ମ ‘ମୀରାବାଇ ନଟ୍‌ ଆଉଟ୍‌’ରେ ନଜର ଆସି ସାରିଛନ୍ତି ।

publive-image Hindustan Times

୨. ଟିମ୍‌ ଇଣ୍ଡିଆ ପୂର୍ବ ଅଲରାଉଣ୍ଡର କ୍ରିକେଟର ଅଜୟ ଜାଡେଜା କ୍ରିକେଟ ସହ ‘ପଲ ପଲ ଦିଲ କେ ସାଥ୍‌’ ଭଳି ଫିଲ୍ମରେ କାମ କରିଥିଲେ । ଏହା ସହ ରିୟାଲିଟି ସୋ’ ଝଲକ ଦିଖ୍‌ଲାଜାରେ ମଧ୍ୟରେ ଭାଗ ନେଇଥିଲେ ।

publive-image amarujala.com

୩. ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସନ୍ଦିପ ପାଟିଲ ‘କଭି ଅଜନବି ଥେ’ ଭଳି ଫିଲ୍ମରେ କାମ କରି ନିଜ ଅଭିନୟର ଦକ୍ଷତା ପ୍ରମାଣ କରିଥିଲେ ।

publive-image Livemint

୪. ପୂର୍ବତନ କ୍ରିକେଟର ବିନୋଦ କାମ୍ବଲେ ଅଭିନେତା ସୁନୀଲ ସେଟ୍ଟୀ ଏବଂ ସଞ୍ଜୟ ଦତ୍ତଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଫିଲ୍ମ ‘ଅନର୍ଥ’ରେ ନଜର ଆସିଥିଲେ ବିନୋଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe