ବାପା ଯାହା କହିବ ପୁଅ ତାହା କରିବ; ଏଭଳି କହି ଆମୀରଙ୍କ ଫିଲ୍ମକୁ ଟାର୍ଗେଟ କଲେ ଯୋଗରାଜ

Advertisment

ଭାରତର ଷ୍ଟାର କ୍ରିକେଟର ଯୁବରାଜ ସିଂହଙ୍କ ପିତା ତାଙ୍କ ସାକ୍ଷାତକାର ପରେ ଚର୍ଚ୍ଚାରେ ରହିଛନ୍ତି। ସେ ଆମିର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର'କୁ ଅର୍ଥହୀନ ଫିଲ୍ମ ବୋଲି କହିଛନ୍ତି।

ଭାରତର ଷ୍ଟାର କ୍ରିକେଟର ଯୁବରାଜ ସିଂହଙ୍କ ପିତା ତାଙ୍କ ସାକ୍ଷାତକାର ପରେ ଚର୍ଚ୍ଚାରେ ରହିଛନ୍ତି। ସେ ଆମିର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର'କୁ ଅର୍ଥହୀନ ଫିଲ୍ମ ବୋଲି କହିଛନ୍ତି।

taamirik

ମୁମ୍ବାଇ: ଭାରତର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏବେ ନିଜ ସାକ୍ଷାତକାରକୁ ନେଇ ଲାଇମଲାଇଟରେ ଅଛନ୍ତି। ମହିଳାମାନଙ୍କୁ ଘରର ମୁଖିଆ କଲେ ଘର ବର୍ବାଦ ହୋଇଯିବ ବୋଲି କହିବା ପରେ ଏବେ ବଲିଉଡ ଅଭିନେତା ଆମୀର ଖ‌ାନଙ୍କ ଫିଲ୍ମ 'ତାରେ ଜମିନ୍ ପର'କୁ ଅର୍ଥହୀନ ଫିଲ୍ମ କହିଛନ୍ତି ଯୋଗରାଜ। 

ଯୋଗରାଜ ସିଂହ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ‌ଯେ, "ଛୋଟବେଳୁ ବାପା ଯାହା କହିବ, ପିଲାମାନେ ତାହା କରିବେ। ପିଲାମାନଙ୍କୁ ନିଜ ପିତାଙ୍କ କଥା ମାନିବା ଜରୁରୀ।" ତାଙ୍କର ଏଭଳି ମନ୍ତବ୍ୟ ଶୁଣିବା ପରେ ତାଙ୍କୁ ଆମୀର ଖ‌ାନଙ୍କ ଫିଲ୍ମ 'ତାରେ ଜମିନ୍ ପର' ବିଷୟରେ ପଚରାଯାଇଥିଲା। ଏହା ଶୁଣି ସେ କହିଥିଲେ, "ବହୁତ ବେକାର ଫିଲ୍ମ। ମୁଁ ସେଭଳି ଅର୍ଥହୀନ ଫିଲ୍ମ ଦେଖେ ନାହିଁ।"

ଏହା ପୂର୍ବରୁ ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ, ମହିଳାମାନେ 'ଘରକୁ ନଷ୍ଟ କରନ୍ତି' ତେଣୁ ସେମାନଙ୍କୁ ଘରର ମୁଖିଆ କରାଯିବା ଉଚିତ୍ ନୁହେଁ। ଯଦି ତୁମେ ତୁମର ସ୍ତ୍ରୀଙ୍କୁ ଘରର କ୍ଷମତା ଦିଅ, ତେବେ ସେ ତୁମର ଘର ନଷ୍ଟ କରିଦେବେ। ମୁଁ ଦୁଃଖିତ ଯେ ଇନ୍ଦିରା ଗାନ୍ଧୀ ଏହି ଦେଶକୁ ଚଳାଇଥିଲେ ଏବଂ ଏହାକୁ ନଷ୍ଟ କରିଦେଇଥିଲେ। ତାଙ୍କୁ ସମ୍ମାନ ଏବଂ ଭଲପାଇବା ଦିଅ, କିନ୍ତୁ କେବେବି କ୍ଷମତା ଦିଅ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe