ବିବାହ ପୂର୍ବରୁ ଯେମିତି ଦରକାର ବାଛିନିଅ, ପରେ ନିଜ ସାଥୀଙ୍କୁ ଅପମାନିତ କରନି: ଚହଲଙ୍କ ତଥାକଥିତ ପ୍ରେମିକା

ଭାରତୀୟ କ୍ରିକେଟ୍ ଟିମ୍‌ର ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ବହୁତ ଭଲ ସମୟ ବିତାଉଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିନଥିବା ବେଳେ ମହବଶ ଏକ ରିଲ୍‌ ଦ୍ବାରା ସେ ଧନଶ୍ରୀ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି। 

trjmbjgg

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ବହୁତ ଭଲ ସମୟ ବିତାଉଛନ୍ତି। ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଉଭୟଙ୍କୁ ସାଙ୍ଗରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା। ଯେବେଠାରୁ ଦୁହେଁ ଏକାଠି ଦେଖାଯାଇଛନ୍ତି, ପ୍ରଶଂସକମାନେ ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା କରୁଛନ୍ତି। ୟୁଜି ଏବଂ ଆରଜେ ମହବଶ ପରସ୍ପରର ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ ଲାଇକ୍ କରିବ‌ା ସହ ଏକାଠି ବାହାରକୁ ଯାଉଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିନଥିବା ବେଳେ ମହବଶ ଏକ ରିଲ୍ ସେୟାର କରିଛନ୍ତି। ରିଲ୍‌ ଦ୍ବାରା ସେ ଧନଶ୍ରୀ ବର୍ମାଙ୍କୁ ଟାର୍ଗେଟ କରିଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି। 

ଭିଡିଓରେ ମହଭାଶ କହୁଛନ୍ତି, "ଯଦି ଆପଣ କୌଣସି ମୋଟା କିମ୍ବା ପତଳା, ଲମ୍ବା, ଛୋଟ, ଇଂରାଜୀ କହୁଥିବା, ହିନ୍ଦୀ କହୁଥିବା, ଜିମ୍ ଯାଉଥିବା, ଧନୀ, ଗରିବ, ସଫଳ କିମ୍ବା ଅସଫଳ ବ୍ୟକ୍ତିଙ୍କୁ ଡେଟ୍ କରିବାକୁ ଚାହାଁନ୍ତି ତେବେ ଏହା ଆପଣଙ୍କର ପସନ୍ଦ। ତୁମ ପସନ୍ଦର ମଣିଷକୁ ତୁମେ ଡେଟ୍ କର। କିନ୍ତୁ ତୁମେ ଚାହୁନଥିବା ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ରହି ତାକୁ ଅପମାନିତ କର ନାହିଁ। ଆପଣଙ୍କ ସାଥୀଙ୍କୁ ଅନ୍ୟ ପୁଅ ବା ଝିଅଙ୍କ ସହିତ ସବୁବେଳେ ତୁଳନା କର ନାହିଁ। ନିଜ ସାଥୀଙ୍କ ସହିତ କାଫେକୁ ଯାଇ ଚାରିପାଖରେ ଥିବା ଭଲ ପୁଅ କିମ୍ବା ସୁନ୍ଦର ଝିଅମାନଙ୍କୁ ଦେଖିବା ଲଜ୍ଜାଜନକ। ଏହା ଆପଣଙ୍କୁ ବହୁତ ଛୋଟ କଥା ଲାଗୁଥିବ। ହେଲେ ସବୁବେଳେ ସମାଲୋଚିତ ହେଉଥିବା ବ୍ୟକ୍ତି ସବୁଦିନ ପାଇଁ ନିଜ ଆତ୍ମବିଶ୍ବାସ ହରାଇ ବସେ।"

ତେବେ ମହବଶଙ୍କ ଭିଡିଓ ଭାଇରାଲ ହେବା ପରେ ସେ ଏହି ଭିଡିଓ ସେୟାର କରି ଧନଶ୍ରୀଙ୍କୁ ଟାର୍ଗେଟ କରିଥିବା ଲେ‌ାକେ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe