ରିଲିଜର ପ୍ରଥମଦିନରେ ‘ଜରା ହଟକେ ଜରା ବଚକେ’ କେତେ ରୋଜଗାର କଲା ଜାଣନ୍ତୁ

ରିଲିଜର ପ୍ରଥମଦିନରେ ‘ଜରା ହଟକେ ଜରା ବଚକେ’ କେତେ ରୋଜଗାର କଲା ଜାଣନ୍ତୁ

ମୁମ୍ବାଇ: ଗତକାଲି ସାରା ଅଲ୍ଲି ଖାନ ଓ ଭିକି କୌଶଲଙ୍କ ଅଭିନୀତ ସିନେମା ‘ଜରା ହଟକେ ଜରା ବଚକେ’ ରିଲିଜ ହୋଇସାରିଛି। ଏହି ସିନେମାରେ ଭିକି ‘କପିଲ’ ଭୂମିକାରେ ନଜର ଆସୁଥିବା ବେଳେ ସାରା ‘ସୌମ୍ୟା’ ଭୂମିକାରେ ନଜର ଆସୁଛନ୍ତି।

‘ଜରା ହଟକେ ଜରା ବଚକେ’ ସିନେମା ଏକ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ନିର୍ମିତ ହୋଇଥିବା କମେଡି ଡ୍ରାମା ସିନେମା। ଏହି ସିନେମା ଜରିଆରେ ଭିକି ଓ ସାରା ପ୍ରଥମ ଥର ସ୍କ୍ରିନ ସେୟାର କରିଛନ୍ତି। ଦୁହିଁଙ୍କ ଯୋଡ଼ିକୁ ପରଦାରେ ଦର୍ଶକ ବେଶ ପସନ୍ଦ ବି କରୁଛନ୍ତି।

ତେବେ କୁହାଯାଉଛି କି ‘ଜରା ହଟକେ ଜରା ବଚକେ’ ସିନେମ‌ାକୁ ନିର୍ମାଣ କରିବା ପାଇଁ ୪୦କୋଟି ଟଙ୍କ‌ା ଖର୍ଚ୍ଚ ହୋଇଛି। ତେବେ ଫିଲ୍ମ ପ୍ରଥମ ଦିନରେ ୪.୫୦ରୁ ୫.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିସାରିଛି ବୋଲି ଅନୁମାନ କରାଯାଉଛି। ତେବେ ସିନେମାଟି ଛୁଟିଦିନରେ ଆହୁରି ଭଲ ରୋଜଗାର କରିବ ବୋଲି ଆଶା ରଖାଯାଇଛି।

ତେବେ ଏହି ସିନେମାର ପ୍ରମୋସନ ପାଇଁ ଭିକି ଓ ସାରା ଖୁବ ପରିଶ୍ରମ କରିଛନ୍ତି। ‘ଜରା ହଟକେ ଜରା ବଚକେ’ ରିଲିଜ ପୂର୍ବରୁ ସାରା ମହାକାଳେଶ୍ବର ମନ୍ଦିର ଯାଇ ବାବା ମହାକାଳଙ୍କ ଦର୍ଶନ କରିଥିଲେ। ଏଥିସହିତ ସେଠାରେ ‘ଭସ୍ମ ଆରତୀ’ରେ ମଧ୍ୟ ଭାଗ ନେଇଥିଲେ। ‘ଭସ୍ମ ଆରତୀ’ ମହାକାଳେଶ୍ବର ମନ୍ଦିରରେ ଏକ ପ୍ରସିଦ୍ଧ ରୀତିନୀତି। ବ୍ରହ୍ମ ମୁହୂର୍ତ୍ତରେ ସକାଳ ୪ଟାରୁ ୫.୩୦ ମଧ୍ୟରେ ଏହା କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe