କଟ୍ରିନାଙ୍କ ସହ ତୁଳନା ହେବାରୁ ମୋ କ୍ୟାରିୟର ନଷ୍ଟ ହୋଇଗଲା: ଜରୀନ ଖାନ୍

Advertisment
କଟ୍ରିନାଙ୍କ ସହ ତୁଳନା ହେବାରୁ ମୋ କ୍ୟାରିୟର ନଷ୍ଟ ହୋଇଗଲା: ଜରୀନ ଖାନ୍

ମୁମ୍ବାଇ: କଟ୍ରିନାଙ୍କ ସହ ତୁଳନା ହେବାରୁ ମୋ କ୍ୟାରିୟର ନଷ୍ଟ ହୋଇଗଲା। ଏଭଳି ଖୁଲାସା କରି ଚର୍ଚ୍ଚାରେ ଅଭିନେତ୍ରୀ ଜରୀନ ଖାନ୍। ଜରୀନ ଖାନ୍ ଯେତେବେଳେ ବଲିଉଡରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ଅଭିନେତ୍ରୀ କଟ୍ରିନା କୈଫଙ୍କ ସହ ତୁଳନା କରାଯାଇଥିଲା। ଦୁହିଁଙ୍କ ମୁହଁ ପାଖାପାଖି ସମାନ ଦିଶୁଥିବା କହିଥି‌ଲେ ଲୋକେ। ଏହି ଜିନିଷ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥିଲା ବୋଲି ଜରୀନ କହିଛନ୍ତି।

ଜରୀନ୍ ୨୦୧୦ରେ ଦବଙ୍ଗ ଖାନ୍ ସଲମାନଙ୍କ ସହ ଫିଲ୍ମ 'ବୀର' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏତେ ବଡ଼ ଷ୍ଟାରଙ୍କ ସହ ଡେବ୍ୟୁ କରିବା ପରେ ବି ଫିଲ୍ମ ଫ୍ଲପ ହୋଇଥିଲା। ଏହା ପରେ ସେ କିଛି ଫିଲ୍ମରେ କାମ କରିଥିଲେ ବି ତାଙ୍କୁ ସେଭଳି ସଫଳତା ମିଳିପାରିନାହିଁ। ଇଣ୍ଡଷ୍ଟ୍ରିରେ ଅସଫଳ ହେବା ପରେ ଏହା ପଛର କାରଣ ଜଣାଇଛନ୍ତି ଜରୀନ୍।

ରେଡିଟରେ 'ଆସ୍କ ମି ଏନିଥିଙ୍ଗ' ସେସନ କରୁଥିବା ବେଳେ ଜଣେ ବ୍ୟବହାରକାରୀ ଜରୀନଙ୍କୁ ପ୍ରଶ୍ନ କରିଥିଲେ ଯେ, କଟ୍ରିନାଙ୍କ ସହ ତୁଳନା କରାଯିବାଟା ଆପଣଙ୍କ କ୍ୟାରିୟର ଉପରେ କିଭଳି ପ୍ରଭାବ ପକାଇଛି। ଏହାର ଉତ୍ତରରେ ଜରୀନ କହିଥିଲେ, ଯେତେବେଳେ ମୁଁ ବଲିଉଡରେ ଡେବ୍ୟୁ କଲି ସେତେବେଳେ ସବୁ ମୋ ପାଇଁ ନୂଆ ଥିଲା। ସବୁ ଭଲ ଲାଗୁଥିଲା। କଟ୍ରିନାଙ୍କ ସହ ଲୋକେ ତୁଳନା କରିବା ପରେ ମୁଁ ବହୁତ ଖୁସି ହୋଇଥିଲି। କାରଣ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ଥିଲି। ହେଲେ ତାଙ୍କ ସହ ତୁଳନା କରାଯିବାଟା ମୋ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଇଥିଲା। କାରଣ ଇଣ୍ଡଷ୍ଟ୍ରିର ଲୋକେ ମୋତେ ମୋର ସ୍ବତନ୍ତ୍ର ପରିଚୟ ତିଆରି କରିବାକୁ ସୁଯୋଗ ଦେଲେନି। ଇଣ୍ଡଷ୍ଟ୍ରିରେ ଅଭିନୟର ଦକ୍ଷତାକୁ ଦେଖି ନୁହେଁ ବନ୍ଧୁତା ଥିଲେ କାମ ମିଳେ, ଯାହାକୁ ମୁଁ ପସନ୍ଦ କରେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe