ଫିଲ୍ମରେ ଫ୍ଲପ, ହେଲେ ପ୍ରଭାସ-ରଣବୀର-ରାମଚରଣଙ୍କଠାରୁ ଧନୀ ଜାୟଦ

ଜାୟଦ ଖାନ ବଲିଉଡର ଜଣେ ଜଣାଶୁଣା ଅଭିନେତା। ସେ ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଁ ହୁଁ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଲୋକପ୍ରିୟତା ମିଳିଥିଲେ ବି ଅଭିନେତା ଭାବେ ହିଟ୍ ହୋଇପାରିନଥିଲେ ଜାୟଦ। ହେଲେ ସମ୍ପତ୍ତି ତୁଳନାରେ ସେ ଏବେ ଢ଼େର ଆଗରେ ଅଛନ୍ତି।

tzayed

ମୁମ୍ବାଇ: ଜାୟଦ ଖାନ ବଲିଉଡର ଜଣେ ଜଣାଶୁଣା ଅଭିନେତା। ସେ ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଁ ହୁଁ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା | ଏହି ଫିଲ୍ମ ପରେ ପରେ ଜାଏଦ ଖାନଙ୍କ ଲୋକପ୍ରିୟତା ବଢ଼ିଥିଲା। ହେଲେ ଲୋକପ୍ରିୟତା ମିଳିଥିଲେ ବି ଜାୟଦଙ୍କ ଫିଲ୍ମ କମାଲ କରିପାରିନଥିଲା। ‘ମେଁ ହୁଁ ନା’ ପରେ ଅଭିନେତା ଆହୁରି ଅନେକ ଚଳଚ୍ଚିତ୍ର କରିଥିଲେ ବି ତାଙ୍କୁ ସଫଳତା ମିଳିପାରିନଥିଲା | ତାଙ୍କୁ ଫ୍ଲପ ହିରୋର ଟ୍ୟାଗ୍ ମିଳିବା ସହ ସେ ଫିଲ୍ମରୁ ନିଜକୁ ଦୂରେଇ ଦେଇଥିଲେ।

ବହୁ ବର୍ଷ ଧରି ଚଳଚ୍ଚିତ୍ର କରିବା ସତ୍ତ୍ୱେ ବି ଜାଏଦ ଖାନ ଏବେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି | ଯଦି ତାଙ୍କ ସମ୍ପତ୍ତିର ମୂଲ୍ୟ ଦେଖିବା ତେବେ ସେ ମୋଟ ୧୫୦୦କୋଟି ଟଙ୍କାର ମାଲିକ ଅଟନ୍ତି ବୋଲି ଚର୍ଚ୍ଚା ହେଉଛି। ସେ କିପରି ଫିଲ୍ମ ନକରି ଏତେ ଧନୀ ହେଲେ ତାହା ଏବେ ସାମ୍ନାକୁ ଆସିଛି। ଫିଲ୍ମରେ ଅସଫଳ ହେବା ପରେ ଜାୟଦ ବ୍ୟବସାୟ କରିବା ଆରମ୍ଭ କରିଥିଲେ, ଯାହା ତାଙ୍କୁ ୧୫୦୦କୋଟିର ମାଲିକ କରାଇଛି। ବ୍ୟବସାୟ କରି ସେ ସମ୍ପତ୍ତିରେ ସୁପରଷ୍ଟାର ପ୍ରଭାସ(୪୦୦କୋଟି), ରଣବୀର କପୁର(୫୫୦କୋଟି), ଅଲ୍ଲୁ ଅର୍ଜୁନ(୩୫୦କୋଟି) ଓ ରାମଚରଣ(୧୩୦୦କୋଟି)ଙ୍କ ଭଳି ଆଗଧାଡ଼ିର ଅଭିନେତାଙ୍କୁ ପଛରେ ପକାଇ ଦେଇଛନ୍ତି।

ଏକ ସାକ୍ଷାତକାରରେ ତାଙ୍କୁ ଆର୍ଥିକ ପରାମର୍ଶ ମଗାଯିବାରୁ ସେ କହିଥିଲେ, କଥାରେ ଅଛି ‘ଯଦି ତୁମେ ଫରାରୀ କିଣିବାକୁ ସକ୍ଷମ ତେବେ ମର୍ସିଡିଜ୍ କିଣ, ଏବଂ ଯଦି ତୁମେ ମର୍ସିଡିଜ୍ କିଣିବାକୁ ସକ୍ଷମ ତେବେ ଫିଆଟ୍ କିଣ’ | ଆମେ ଏବେ ସୋସିଆଲ ମିଡିଆ ଯୁଗରେ ବଞ୍ଚୁଛୁ, ଯେଉଁଠାରେ ଲୋକେ ‌ଦେଖାଣିଆ ନୀତି ଆପଣାଇଛନ୍ତି। ପାଖରେ ଧନ ନଥିଲେ ବି ସୋସିଆଲ ମିଡିଆରେ ନିଜକୁ ବଡ଼ ଦେଖାଇବା ପାଇଁ ସେମାନେ ସାମର୍ଥ୍ୟଠାରୁ ଅଧିକ ଜିନିଷ କିଣନ୍ତି। ଏହା ସେମାନଙ୍କୁ ପରେ ଯାଇ ଅସୁବିଧ‌ାରେ ପକାଏ। କିଛି ଲୋକ ପ୍ରକୃତରେ ଧନୀ ଅଟନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୮୦%‌ ଲୋକ କେବଳ ‌ଦେଖାଇବା ପାଇଁ ଋଣ କରି ଘର ଓ ଗାଡ଼ି କିଣନ୍ତି। ତା’ପରେ ସେମାନେ ନିଜ ଭୁଲକୁ ସଂଶୋଧନ କରିବା ପାଇଁ ଆହୁରି ବଡ଼ ବଡ଼ ଭୁଲ କରନ୍ତି | ପାଖରେ ଯେତିକି ଟଙ୍କା ଅଛି, ସେଥିରେ ଚଳିବାକୁ ଚେଷ୍ଟା କରନ୍ତୁ। ଦେଖାଇ ହେବା ପାଇଁ ଜିନିଷ କଲେ ଦିନେ ଦେବାଳିଆ ହୋଇଯିବେ। ଏସବୁ ଅଭ୍ୟାସ ଛାଡ଼ିବା ଜରୁରୀ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe