ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଗୋଟେ ଅଧ୍ୟାୟ ପାଇଁ ଏତେ କୋଟି ନେଉଛନ୍ତି କରୀନା କପୁର ଖାନ୍‌

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଗୋଟେ ଅଧ୍ୟାୟ ପାଇଁ ଏତେ କୋଟି ନେଉଛନ୍ତି କରୀନା କପୁର ଖାନ୍‌

Times of India

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ-୭ରେ ନଜର ଆସୁଛନ୍ତି । ପ୍ରଥମ କରି ଜଜ୍‌ ଭାବେ କରୀନା ଦାୟିତ୍ୱ ତୁଲାଉଥିବା ବେଳେ ଏଥି ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳୁଥିବା ଜଣା ପଡ଼ିଛି । ପ୍ରତିଟି ଅଧ୍ୟାୟ ପାଇଁ ତାଙ୍କୁ ୩କୋଟି ଟଙ୍କା ମିଳୁଥିବା ବେଳେ ସେ ଟିଭିରେ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତ୍ରୀ ବନି ଯାଇଛନ୍ତି ।

publive-image

ଏତେ ଟଙ୍କା ମିଳୁଥିବା ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ, ମୋତେ ସେତିକି ଟଙ୍କା ମିଳୁଛି, ଯେତିକି ଟଙ୍କା ପାଇଁ ମୁଁ ହକ୍‌ଦାର ବୋଲି କହିଥିଲେ କରୀନା । ଏହା ସହ ଛୋଟ ପରଦାରେ କାମ କରୁଥିବା କଳାକାରମାନଙ୍କୁ ଅଧିକ ଟଙ୍କା ଦିଆଯିବା ଦରକାର ବୋଲି କରୀନା କହିଥିଲେ । ଏହି ସୋ’ରେ କରୀନାଙ୍କ ସମେତ ର‍୍ୟାପର ରଫ୍‌ତାର ଏବଂ ବସ୍କୋ ମାର୍ଟିସ ମଧ୍ୟ ନଜର ଆସୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe