ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗ

ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗ। ସେପ୍ଟେମ୍ବର ୧୯ରେ ତାଙ୍କର ଦେହାନ୍ତ ହୋଇଥିଲା। ସିଙ୍ଗାପୁରକୁ ଏକ କନସର୍ଟ ପାଇଁ ଯାଇଥିବା ବେଳେ ସେଠାରେ ଘଟିଥିବା ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା।

New Project (2)

ଗୌହାଟୀ: ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗ। ସେପ୍ଟେମ୍ବର ୧୯ରେ ତାଙ୍କର ଦେହାନ୍ତ ହୋଇଥିଲା। ସିଙ୍ଗାପୁରକୁ ଏକ କନସର୍ଟ ପାଇଁ ଯାଇଥିବା ବେଳେ ସେଠାରେ ଘଟିଥିବା ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା। ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ଆସାମ ଅଣାଯାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ହଜାର ହଜାର ଲୋକ ଗାୟକଙ୍କୁ ଅଶ୍ରୁଳ ବିଦାୟ ଦେଇଥିବା ସାମ୍ନାକୁ ଆସିଛି। ଗୌହାଟୀ ସହର ଉପକଣ୍ଠରେ ଅବସ୍ଥିତ ଏକ ଛୋଟ ସହର ସୋନାପୁରରେ ଥିବା କମରକୁଚି ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସୂଚନା ମୁତାବକ, ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଗାୟକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଶଂସକ ଏବଂ ପରିବାର ସମସ୍ତେ ଭାବୁଥିଲେ ଯେ, ସ୍କୁବା ଡାଇଭିଂ ବେଳେ ତାଙ୍କର ଏଭଳି ହଠାତ୍ ମୃତ୍ୟୁ କିଭଳି ହୋଇଗଲା। ଏହି ରହସ୍ୟର ସମାଧାନ କରିବା ପାଇଁ, ତାଙ୍କର ବ୍ୟବଚ୍ଛେଦ ଦୁଇଥର କରାଯାଇଥିଲା। ତେବେ ପ୍ରକୃତ କାରଣ ସାମ୍ନାକୁ ଆସିନଥିଲେ ବି ହୃଦଘାତ ତାଙ୍କର ଜୀବନ ନେଇଥିବା କୁହାଯାଉଛି।

ତେ‌ବେ ବ୍ୟବଚ୍ଛେଦ ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟର କିଛି ଫଟୋ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ପତ୍ନୀ ଧୈର୍ଯ୍ୟହରା ହୋଇ କାନ୍ଦୁଥିବା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିବା ଦେଖାଯାଇଛି। 

ଲୋକମାନେ କେବଳ ଜଣେ ମହାନ ଗାୟକଙ୍କୁ ହରାଇ ନାହାନ୍ତି, ବରଂ ଜଣେ ଭଲ ମଣିଷକୁ ମଧ୍ୟ ହରାଇଛନ୍ତି। ରାଜ୍ୟ ସରକାର, ଗାୟକଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲେ। ତେଣୁ, ହଜାର ହଜାର ଲୋକଙ୍କ ଉପସ୍ଥିତି ସତ୍ତ୍ୱେ, ତାଙ୍କୁ ଶାନ୍ତିପୂର୍ଣ୍ଣ ବିଦାୟ ଦିଆଯାଇପାରିଛି।

last rites | zubeen garg

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe