ଆସିପାରେ ପାତାଲ ଲୋକ୍‌-୨: ଅନୁଷ୍କା

Advertisment
ଆସିପାରେ ପାତାଲ ଲୋକ୍‌-୨: ଅନୁଷ୍କା

ପାତାଲ ଲୋକ୍‌ର ସିଜିନ୍‌-୨ ଆସିପାରେ। ଏନେଇ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅନୁଷ୍କା ଶର୍ମା ସବୁଜ ସଙ୍କେତ ଦେଇଛନ୍ତି। ଏକ ସାକ୍ଷାତକାରରେ ଯୋଗ ଦେଇ ଅନୁଷ୍କା କହିଛନ୍ତି, ଯଦି ଆମାଜନ୍‌ ପ୍ରାଇମ୍‌ ଇଚ୍ଛା ପ୍ରକାଶ କରେ, ତେବେ ନିହାତି ଭାବେ ପାତାଲ ଲୋକ୍‌ର ଦ୍ବିତୀୟ ଭାଗ ପ୍ରସାରିତ ହେବ। ସୁଦୀପ ଶର୍ମାଙ୍କ ଦ୍ବାରା ନିର୍ମିତ ଏହି ୱେବ୍‌ ଟେଲିଭିଜନ୍‌ ସିରିଜ୍‌ ମେ’ ୧୫ରେ ଆମାଜନ୍‌ ପ୍ରାଇମ୍‌ରେ ପ୍ରସାରିତ ହୋଇଥିଲା। ଏହାର ୯ଟି ଏପିସୋଡ୍‌ ପ୍ରସାରିତ ହୋଇସାରିଛି। ତେବେ ଏହି ସିରିଜ୍‌ର ଦର୍ଶକଙ୍କ ସଂଖ୍ୟା ଓ ଚାହିଦାକୁ ନଜରରେ ରଖି ଏହାର ଦ୍ବିତୀୟ ଭାଗ କରିହେବ ବୋଲି ଅନୁଷ୍କା କହିଛନ୍ତି। ‌ସୁଦୀପ କହିଛନ୍ତି, ପାତାଲ ଲୋକ ଏକ ସମ୍ପୂର୍ଣ୍ଣ କାହାଣୀ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe