କୋଟି କୋଟି ଟଙ୍କାର ମାଲିକ ଥିବା ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପ୍ରଥମ ରୋଜଗାର ଥିଲା ୫୦ଟଙ୍କା, ଜାଣନ୍ତୁ ସେହି ଟଙ୍କାକୁ ନେଇ କେଉଁଠାକୁ ବୁଲି ଯାଇଥିଲେ ଶାହାରୁଖ୍‌?

କୋଟି କୋଟି ଟଙ୍କାର ମାଲିକ ଥିବା ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପ୍ରଥମ ରୋଜଗାର ଥିଲା ୫୦ଟଙ୍କା, ଜାଣନ୍ତୁ ସେହି ଟଙ୍କାକୁ ନେଇ କେଉଁଠାକୁ ବୁଲି ଯାଇଥିଲେ ଶାହାରୁଖ୍‌?

bollywoodhungama.com

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବେ ନିଜ ଫିଲ୍ମ ‘ଜିରୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟି ଡ଼ିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ପ୍ରମୋସନରେ ଲାଗି ପଡ଼ିଛନ୍ତି ଫିଲ୍ମର କଳାକାର । ତେବେ ଫିଲ୍ମର ପ୍ରମୋସନ କରିବା ସମୟରେ ଶାହାରୁଖ୍‌ ନିଜ ଅଭିନୟ ଜୀବନର ଆରମ୍ଭ ସମୟ ବିଷୟରେ ଜଣାଇଥିଲେ । ଛୋଟ ବେଳୁ ସେ ଥିଏଟରରେ କାମ କରିବା ଆରମ୍ଭ କରିବା ସହ ରାମଲୀଳାରେ ଭାଗ ନେଉଥିବା କଥା କହିଥିଲେ ।

ତାଙ୍କ କହିବା ଅନୁଯାୟୀ,"ଥରେ ମୋତେ ରାମଲୀଳାରେ ବାନରର ଚରିତ୍ର ମିଳିଥିଲା । ଚରିତ୍ର ମିଳିବା ପରେ ମୁଁ ଖୁସିରେ ହଁ ଭରିଥିଲି । କାରଣ ଯୁଦ୍ଧ ପରେ ଆମମାନଙ୍କୁ କଦଳୀ ଖାଇବା ପାଇଁ ଦିଆ ଯାଉଥିଲା । ସେ ସମୟରେ ମୁଁ କେବଳ ଷ୍ଟେଜ୍‌ ଉପରେ ଯାଇ ସୀୟାବର ରାମଚନ୍ଦ୍ର କି ଜୟ ବୋଲି କହିଥିଲି, ଯାହା ମୋର ପ୍ରଥମ ଡ଼ାଏଲଗ୍‌ ଥିଲା" ବୋଲି ଶାହାରୁଖ୍‌ କହିଥିଲେ ।

publive-image The Indian Express

ତାଙ୍କୁ ତାଙ୍କ ପ୍ରଥମ ଦରମା ବିଷୟରେ ପଚରାଯିବା ପରେ,"ପଙ୍କଜ ଉଦାସଙ୍କ ଏକ ସୋ’ରେ ମୁଁ ଭାଗ ନେଇଥିଲି ।ଏଥି ପାଇଁ ମୋତେ ୫୦ଟଙ୍କା ମିଳିଥିଲା । ସେହି ଟଙ୍କାକୁ ନେଇ ମୁଁ ଏବଂ ମୋ ୩ ଜଣ ସାଙ୍ଗ ତାଜ୍‌ମହଲ ବୁଲିଯିବା ସହ ସେଠାରେ ଲସି ପିଇଥିଲୁ" ବୋଲି କହି ଶାହାରୁଖ୍‌ ପ୍ରଶ୍ନର ଉତ୍ତର ରଖିଥିଲେ । ପ୍ରଥମ ଦରମାରୁ ମୁଁ ଶିଖିଥିଲି କି, ଟଙ୍କା ଯେତେ ବି ଆୟ କର ସେ ନେଇ କଷ୍ଟ କର । ଧନୀ ହୁଅ କିନ୍ତୁ କାହାକୁ ଦେଖାଅ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe