ବଲିଉଡରେ ଡେବ୍ୟୁ କରୁଥିବା ଜଣେ ଅଭିନେତା ହେଲେ ଦୀପିକା ପାଦୁକୋନ୍‌ଙ୍କର ଏକ୍ସ ବୟଫ୍ରେଣ୍ଡ ,ଜାଣନ୍ତୁ ସେ କିଏ ?

Advertisment
ବଲିଉଡରେ ଡେବ୍ୟୁ କରୁଥିବା ଜଣେ ଅଭିନେତା ହେଲେ ଦୀପିକା ପାଦୁକୋନ୍‌ଙ୍କର ଏକ୍ସ ବୟଫ୍ରେଣ୍ଡ ,ଜାଣନ୍ତୁ ସେ କିଏ ?

ମୁମ୍ବାଇ: ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ ‘ଓମ୍‌ ଶାନ୍ତି ଓମ୍‌’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲୋ। ସେ ବେଶ୍‌ କେତୋଟି ହିଟ୍‌ ସିନେମା ଦେଇ ଚର୍ଚ୍ଚାରେ ରହିଛନ୍ତି। କେତେକ ସିନେମାରେ ବି ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି।
ବ୍ୟକ୍ତିଗତ ଜୀବନରେ ଦୀପିକା ପାଦୁକୋନ୍‌ ନିଜର ପ୍ରେମପ୍ରସଙ୍ଗ ପାଇଁ ବି ଚର୍ଚ୍ଚିତା ହୋଇଛନ୍ତି ଦୀପିକା ହେଲେ ଆପଣ କ’ଣ ଜାଣନ୍ତି କି ଜଣେ ଅଭିନେତା ଏବେ ବଲିଉଡରେ ଡେବ୍ୟୁ କରୁଛନ୍ତି ଯିଏକି ଦୀପିକାଙ୍କର ଏକ୍ସ ବୟଫ୍ରେଣ୍ଡ । ହଁ ବେଙ୍ଗୁଲୁରୁରେ ମଡେଲିଂ ଆରମ୍ଭ କରୁଥିବାବେଳେ ଦୀପିକା ପାଦୁକୋନ୍‌ ନିହାର ପାଣ୍ଡ୍ୟା ନାମକ ଜଣେ ଯୁବକଙ୍କୁ ଡେଟ୍‌ କରୁଥିଲେ। ଅଭିନୟରେ ଭାଗ୍ୟ ପରୀକ୍ଷା ଲାଗି ଉଭୟ ନିହାର ଓ ଦୀପିକାଏକାସାଙ୍ଗେ ମୁମ୍ବାଇ ଆସିଥିଲେ।
୨୦୦୬ରେ ସେ ଦୁହେଁ ଆକ୍ଟର୍‌ ପ୍ରିପେଆର୍‌ସ ଅନୁଷ୍ଠାନରେ ଆକ୍ଟିଂ କୋର୍ସ କରିଥିଲେ। ଦୀପିକା ପାଦୁକୋନ୍‌ ବଲିଉଡରେ ବିଗ୍‌ ବ୍ରେକ୍‌ ପାଇଲେ,ହେଲେ ନିହାର ପାଣ୍ଡ୍ୟା ଅସଫଳ ହେଲେ।

publive-image
ନିହାର ଦୀପିକା ପ୍ରାୟ ତିନି ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ଥିଲେ। ୨୦୦୮ରେ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ନିହାର ପାଣ୍ଡ୍ୟା ଏବେ କଙ୍ଗନା ରାନାଓ୍ଵତ୍‌ ଷ୍ଟାରର୍‌ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ଜରିଆରେ ବଲିଉଡ ଡ଼େବ୍ୟୁ କରୁଛନ୍ତି।ଏବେ ନିହାର କହିଛନ୍ତି ଯେ,ସେ ଓ ଦୀପିକା କେବଳ ସାଙ୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe