ଏଥର କରୀନାଙ୍କ ପୁଅର ନାମକରଣ ଦାୟିତ୍ବ ଘରର ଏହି ଦୁଇ ଗୁରୁଜନଙ୍କ ଉପରେ

Advertisment
ଏଥର କରୀନାଙ୍କ ପୁଅର ନାମକରଣ ଦାୟିତ୍ବ ଘରର ଏହି ଦୁଇ ଗୁରୁଜନଙ୍କ ଉପରେ

BollyBytes

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ପ୍ରାୟ ୧ ସପ୍ତାହରୁ ଊର୍ଧ୍ବ ହେବ ନିଜର ଦ୍ବିତୀୟ ସନ୍ତାନର ମାଆ ବନି ସାରିଛନ୍ତି। କରୀନା ମାଆ ବନିବା ପୂର୍ବରୁ ପ୍ରଶଂସକଙ୍କ ମନରେ ସେଇ ଗୋଟାଏ ଉତ୍ସୁକତା ଥିଲା, ସେ ଦ୍ବିତୀୟ ଥର ପାଇଁ ପୁଣି ପୁଅର ମାଆ ବନିବେ ନା ଏଥର ବେବୋ ଏକ କନ୍ୟା ସନ୍ତାନକୁ ଜନ୍ମଦେବେ! ମାତ୍ର ସେ ଦ୍ବନ୍ଦ୍ବର ଅନ୍ତଃ ଘଟିଛି। ଦ୍ବିତୀୟ ଥର ବି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି କରୀନା। ତେବେ ପ୍ରଶଂସକଙ୍କ ମନରେ ଏବେ ବି ଏକ ଉତ୍ସୁକତା ରହିଛି। ଏବେ ଉତ୍ସୁକତାର କାରଣ ହେଉଛି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁର ନିଜର ପ୍ରଥମ ସନ୍ତାନର ନାଁ ‘ତୈମୁର’ ଦେଇ ବହୁ ସମଲୋଚିତ ହୋଇଥିଲେ ଯେହେତୁ, ଦ୍ବିତୀୟ ପୁତ୍ରର ନାଁ ସେମାନେ କ’ଣ ରଖିବେ?

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏଥର ନିଜର ପିଲାର ନାଁ ଦେବା ଦାୟିତ୍ବ ସୈଫ୍‌ ଓ କରୀନା ସେମାନଙ୍କ ଗୁରୁଜନଙ୍କ ଉପରେ ଛାଡ଼ି ଦେଇଛନ୍ତି। କରୀନାଙ୍କ ନବଜାତକର ନାଁ ବାଛିବା ଦାୟିତ୍ବରେ ଅଛନ୍ତି ତାଙ୍କ ମାଆ ବବିତା କପୁର ଓ ଶାଶୂ ଶର୍ମିଳା ଟାଗୋର୍‌। ପୁଣି ଥରେ ସେମାନେ ସମାଲୋଚନାର ପାତ୍ର ନହୁଅନ୍ତୁ ସେଥିପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସୈଫ୍‌-କରୀନା। ତେବେ, ସେମାନେ ସାମାନ୍ୟ ସୂଚନା ଦେଇ କହିଛନ୍ତି ଯେ ଏଥର ତାଙ୍କ ପିଲାର ନାଁ ନିଜ ପରିବାରର ହିଁ କେହି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ନାମାନୁସାରେ ନାମକରଣ କରାଯିବ। ‌ତେବେ, ତୈମୁରଙ୍କ ପରେ ସୈଫ୍‌-କରୀନାଙ୍କ ଦ୍ବିତୀୟ ସନ୍ତାନର ନାଁ କ’ଣ ରହିବ ତାହା ଦେଖିବା ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe