ମୁକେଶ ଖାନ୍ନାଙ୍କ ଭଉଣୀଙ୍କୁ ଠିକ୍ ସମୟରେ ମିଳିଲାନି ଆଇସିୟୁ ବେଡ୍, ନିଶ୍ୱାସ ନେବାରେ ଅସୁବିଧା ହେତୁ ହେଲା ମୃତ୍ୟୁ

Advertisment
ମୁକେଶ ଖାନ୍ନାଙ୍କ ଭଉଣୀଙ୍କୁ ଠିକ୍ ସମୟରେ ମିଳିଲାନି ଆଇସିୟୁ ବେଡ୍, ନିଶ୍ୱାସ ନେବାରେ ଅସୁବିଧା ହେତୁ ହେଲା ମୃତ୍ୟୁ

Business Today

ନୂଆଦିଲ୍ଲୀ: ସାରା ଦେଶରୁ ଏବେ ବି ଅକ୍ସିଜେନ୍ ଅଭାବର ବିକଳ ଚିତ୍ର ଆସୁଥିବାବେଳେ ଅନେକ ରୋଗୀ ଏହାର ଅଭାବରୁ ଆଖି ବୁଜିସାରିଲେଣି । ଅନେକ ରୋଗୀ ଆଇସିୟୁ ବେଡ୍ ଅଭାବରୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଏଭଳି ସମୟରେ ଟିଭି ଜଗତର ଲୋକପ୍ରିୟ କଳାକାର ମୁକେଶ ଖାନ୍ନାଙ୍କ ଭଉଣୀ ମଧ୍ୟ ଦିଲ୍ଲୀରେ ଆଇସିୟୁ ବେଡ୍ ନପାଇ ଅସମୟରେ ଆଖି ବୁଜିଛନ୍ତି । ଏନେଇ ନିଜେ ଖୋଦ୍ ମୁକେଶ ଖାନ୍ନା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କିଛି ଦିନ ତଳେ ତାଙ୍କ ଭଉଣୀ କରୋନାରୁ ସୁସ୍ଥ ହୋଇଥିଲେ । ହେଲେ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏହାପରେ ତାଙ୍କ ପାଇଁ ମୁକେଶ ଖାନ୍ନା ଓ ତାଙ୍କ ପରିବାର ଲୋକେ ଦିଲ୍ଲୀରେ ଆଇସିୟୁ ବେଡ୍ ଖୋଜିବାକୁ ଲାଗିଥିଲେ । ହେଲେ ଠିକ୍ ସମୟରେ ତାଙ୍କୁ ଆଇସିୟୁ ବେଡ୍ ନମିଳିବାରୁ ତାଙ୍କ ଭଉଣୀ ଆଖିବୁଜିଛନ୍ତି । ତେବେ ମୃତ୍ୟୁ ପରେ ମୁକେଶ ଖାନ୍ନାଙ୍କ ଭଉଣୀଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ୟପଟେ ନିଜେ ମୁକେଶ ମଧ୍ୟ ସତର୍କ ରହିବା ସହିତ କୌଣସି ଉତ୍ସବରେ ଯୋଗ ଦେଉନାହାନ୍ତି । ଏଥିସହ ସମସ୍ତେ ମଧ୍ୟ ସତର୍କ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

publive-image NewsroomPost

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଟିଭି ଜଗତର ଶକ୍ତିମାନ ବୋଲାଉଥିବା ମୁକେଶ ଖାନ୍ନାଙ୍କ କରୋନାରେ ଦେହାନ୍ତ ହୋଇଥିବା ଗୁଜବ ପ୍ରସାରିତ ହୋଇଥିଲା । ଏହାପରେ ନିଜେ ମୁକେଶ ଏହି ଖବରକୁ ମିଛ ବୋଲି କହିବା ସହିତ ନିଜେ ସୋସିଆଲ୍ ମିଡିଆରେ ଭିଡିଓ କରି ସତ ଘଟଣା ଆଗକୁ ଆଣିଥିଲେ । ହେଲେ କିଛି ଦିନ ପରେ ଏବେ ତାଙ୍କ ଭଉଣୀ ଆଇସିୟୁ ବେଡ୍ ଅଭାବରୁ ଆଖି ବୁଜିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe