ନାୟିକା ସନମୀରାଙ୍କ ହାତ ଫାଙ୍କା!

ନାୟିକା ସନମୀରାଙ୍କ ହାତ ଫାଙ୍କା!

ଭୁବନେଶ୍ବର: ଶିଶୁ କଳାକାରରୁ ନାୟିକା ବନିଥିବା ଏହି ନାୟିକାଜଣକ ହେଲେ ସନମୀରା।
ସେ ବିଗତ ତିନି ବର୍ଷରେ ମାତ୍ର ତିନିଟି ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭାବେ ପରଦାକୁ ଆସିଛନ୍ତି। ସନମୀରାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ସପନର ପଥେ ପଥେ’। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ତାଙ୍କର ନାୟକ ବନିଥିଲେ ଅମ୍ଳାନ। ସୁଶାନ୍ତ ମଣି ଏହାର ନିର୍ଦେଶନା ଦେଇଥିଲେ।
ଏହାପରେ ସନମୀରା ସ୍ୱରାଜଙ୍କ ବିପକ୍ଷରେ ‘ଲୈଲା ଓ ଲୈଲା’ରେ ନଜର ଆସିଥିଲେ। ଏହା ୨୦୧୮ରେ ରିଲିଜ୍ ହୋଇଥିଲା। ଏହି ସିନେମାରେ ଉଚ୍ଚକୋଟିର ଅଭିନୟ କରି ସନମୀରା ପାଇଥିଲେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ସୁଶାନ୍ତ ମଣି ଏହାର ନିର୍ଦେଶନା ଦେଇଥିଲେ।

publive-image
ସନମୀରାଙ୍କ ତୃତୀୟ ଓଡ଼ିଆ ସିନେମା ହେଲା ‘ଲୋକାଲ୍ ଟୋକା ଲଭ୍ ଚୋଖା’। ଏଥିରେ ବାବୁସାନଙ୍କ ସହ ନଜର ଆସିଥିଲେ ସନମୀରା। ପ୍ରଦ୍ୟୁମ୍ନ ଲେଙ୍କା ଓ ଡ଼ି.ପି.ଖଣ୍ଡେଲଓ୍ଵାଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।
‘ଲୋକାଲ୍ ଟୋକା ଲଭ୍ ଚୋଖା’ପରେ ସନମୀରା ଆଉ ଏକ ଓଡ଼ିଆ ସିନେମା ଲାଗି ଚୁକ୍ତିବଦ୍ଧ ହୋଇଥିଲେ। ଏଥିରେ ଦର୍ଶକ ତାଙ୍କୁ ଜଣାଶୁଣା ନାୟକ ଜ୍ୟୋତିଙ୍କ ବିପକ୍ଷରେ ଦେଖିବାକୁ ପାଇଥାନ୍ତେ, ହେଲେ ତାହାର କାମ ଅଟକି ରହିଛି। ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାର ନିର୍ଦେଶକ ଥିଲେ ଏନ୍ ପାଢ଼ୀ। କିନ୍ତୁ ମହୁରତ୍ ପରେ ଏହାର କାମ ଆଗେଇ ପାରି ନାହିଁ। ଏଣେ ତାଙ୍କ ହାତରେ ଅନ୍ୟ କୌଣସି ଓଡ଼ିଆ ସିନେମା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe