୩୮ ବର୍ଷ ବୟସ୍କା ହେଲେ ବି ନିଜକୁ ସେଭଳି ଦିଶିବାକୁ ଦିଅନ୍ତି ନାହିଁ ଏହି ନାୟିକା !

Advertisment
୩୮ ବର୍ଷ ବୟସ୍କା ହେଲେ ବି ନିଜକୁ ସେଭଳି ଦିଶିବାକୁ ଦିଅନ୍ତି ନାହିଁ ଏହି ନାୟିକା !

ବଲିଉଡ ନାୟିକା ନର୍ଗିସ୍‌ ଫା କ୍ରି ଏବେ ସୋସିଆଲ୍‌ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ସେ ନିଜର ଟ୍ଵିଟର ଆକାଉଣ୍ଟରେ ଅନେକ ସମୟରେ ନିଜର ହଟ୍‌ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଖାଲି ସେତିକି ନୁହେଁ ଶାହରୁଖ୍‌ ଖାନ୍‌ ଏବଂ ଅମୀର୍‌ ଖାନ୍‌ ମଧ୍ୟ ତାଙ୍କର କମେଣ୍ଟ ଦେଉଛନ୍ତି ନର୍ଗିସ୍‌ଙ୍କୁ। ତେବେ ତାଙ୍କର ଫଲୋଅରଙ୍କ ସଂଖ୍ୟା ୫.୯ ମିଲିଅନରେ ପହଞ୍ଚିଛି।ନର୍ଗିସ୍‌ ଫାକ୍ରିଙ୍କ ହାତରେ ନୂଆ ସିନେମା ନାହିଁ । ସେ ଏକ ନୂଆ ଲାଇନରେ ପାଦ ଦେବାକୁ ଯାଉଛନ୍ତି। ରକଷ୍ଟାର୍‌ ଏବଂ ମେଁ ତେରା ହିରୋ ଫେମ୍‌ ଏହି ନାୟିକା ଏବେ ଗୀତ ଗାଇବାକୁ ଚାହାଁନ୍ତି। ତେବେ ସେ କେଉଁ ଫିଲ୍ମ ବା ଆଲବମରେ କଣ୍ଠଦାନ କରିବେ ତାହା ଜଣାପଡ଼ିନାହିଁ। ସେ ଅଳ୍ପ ପରିଚିତ ବଲିଉଡ ହିରୋ ଉଦୟ ଚୋପ୍ରାଙ୍କ ସହ ସଂପର୍କ ଯୋଡ଼ି ଚର୍ଚ୍ଚାକୁ ଆସିଥିଲେ। କିଛି ମାସ ତଳେ ସେ ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଖାଲି ସେତିକି ନୁହେଁ ପ୍ରେମରେ ଅସଫଳ ହୋଇ ଭଗ୍ନ ମନ ନେଇ ନର୍ଗିସ୍‌ ବଲିଉଡ୍‌ ଛାଡ଼ିଥିବାର କଥା ମଧ୍ୟ ଶୁଣିବାକୁ ମିଳିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ଏହି ନାୟିକା ଜଣକ ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ ଅସଫଳ ହୋଇଥିଲା । ତାପରେ ସେ ରଣବୀର୍‌ କପୁରଙ୍କ ବିପକ୍ଷରେ ‘ରକ୍‌ଷ୍ଟାର୍‌’ରେ ନାୟିକା ବନି ବଲିଉଡରେ ଏଣ୍ଟ୍ରି ନେଇଥିଲେ ନର୍ଗିସ୍‌ ଫାକ୍ରି । ନର୍ଗିସଙ୍କର ବୟସ ଏବେ ୩୮ ବର୍ଷ ହେଲେ ସେ ନିଜକୁ ସେଭଳି ଦିଶିବାକୁ ଦିଅନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe