୩ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ନାବାଳିକା ସହ ଘୃଣ୍ୟ କାମ କଲା ଡ୍ରାଇଭର

ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ଜା ଘଟଣା ଘଟିଛି। ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ୪ ଜଣ। ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା।

New Project (22)

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ଜା। ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ୪ ଜଣ ଅଭିଯୁକ୍ତ। ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା। ପ୍ରଥମେ ମାଲକାନଗିରି ସହରର ଏକ ଘରେ ୩ ଜଣ ଯୁବକ ନାବାଳିକାକୁ ନେଇ ଦୁଷ୍କର୍ମ କରିଛନ୍ତି। ସେମାନେ ହେଲେ ମନୋଜ ହରିଜନ, ରୋହିତ କୁମାର ହିଆଲ ଏବଂ ବୀର ଭାର୍ତିଆ। ୩ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଘରକୁ ଫେରୁଥିବା ବେଳେ ଟ୍ରକ ଡ୍ରାଇଭରଟି ରାତିରେ ଉଠାଇ ନେଇ ମାଲକାନଗିରି ସହର ଠାରୁ ୧୫ କିମି ଦୂରରେ ଥିବା ଜାତୀୟ ରାଜପଥକଡ଼ ବିଜାଘାଟିରେ ଦୁଷ୍କର୍ମ କରୁଥିବା ବେଳେ ସ୍ଥାନୀୟ ଲୋକ ଝିଅର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। 

ପୁଲିସ ଘଟଣାସ୍ଥଲରେ ପହଞ୍ଚି ଡ୍ରାଇଭରକୁ ଗିରଫ କରିବା ସହ ଝିଅକୁ ଉଦ୍ଧାର କରିଥିବା ବେଳେ ନାବାଳିକା ଝିଅକୁ ଡାକ୍ତରୀ ପରୀକ୍ଷା ପରେ ଶକ୍ତି ସଦନ ସେଣ୍ଟରରେ ରଖାଯାଇଛି। ଏହି ଘଟଣାରେ ଡ୍ରାଇଭର ସମେତ ୪ ଜଣକୁ ଗିରଫ କରିଛି ପୁଲିସ। ଡ୍ରାଇଭର ଜଣକ ହେଲେ ମଧ୍ୟପ୍ରଦେଶର ସେଭମ ସିଂ ବୋଲି ପୁଲିସ କହିଛି। ଏହି ଘଟଣାକୁ ନେଇ ତେଜିଛି ରାଜନୀତି। ବିରୋଧୀ କଂଗ୍ରେସ ଓ ବିଜେଡି ଥାନାରେ ଥାନା ଅଧିକାରୀଙ୍କୁ ଭେଟିବା ସହ ସରକାର ବିରୋଧରେ ନାରାବାଜି କରିଥିଲେ।

ସରକାର ଆସିବା ପରଠାରୁ ଏଭଳି ଦୁଷ୍କର୍ମ ବଢିଥିବା କଥା କହି ସିଧାସଳଖ ସରକାରଙ୍କୁ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ନେଇ ଦାବି କରିବା ସହ ପିଡୀତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ। ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିରୋଧୀ ଚେତାବନୀ ଦେଇଛନ୍ତି।

ଅପରପକ୍ଷରେ ଶାସକ ବିଜେପି ଦଳର କର୍ମୀ ମଧ୍ୟ ଥାନା ଅଧିକାରୀଙ୍କୁ ଭେଟିବା ସହ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ପୀଡିତାଙ୍କୁ ସମସ୍ତେ ମିଶି ନ୍ୟାୟ ଦେବା। ଏହାକୁ ନେଇ ରାଜନୀତି ନକରିବା ପାଇଁ ଶାସକ ଦଳ ପକ୍ଷରୁ କୁହାଯାଇଛି। ମାଲକାନଗିରି ଏସପି ବିନୋଦ ପାଟିଲ ଘଟଣାର ତଦନ୍ତ କରାଯାଉ ଥିବା କହିଛନ୍ତି।

rape | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe