mock drill
ବେଦାନ୍ତ ଆଲୁମିନିୟମ ଏହାର ଲାଞ୍ଜିଗଡ଼ ବିଶୋଧନାଗାରରେ ସଫଳତାର ସହ ଏକ ଜରୁରୀକାଳୀନ ମକ୍ ଡ୍ରିଲ୍ ପରିଚାଳନା କରିଛି ଯାହା ବଡ ଧରଣର ବିପଦ ମୁକାବିଲା ପାଇଁ ପ୍ରସ୍ତୁତିକୁ ମଜବୁତ କରିବା ସହ ଏହାର ଜରୁରୀକାଳୀନ ପଦେକ୍ଷପ ଯୋଜନାକୁ ସୁଦୃଢ କରିଛି। ଏହି କାର୍ଯ୍ୟକ୍ରମ କାର୍ଯ୍ୟସ୍ଥଳରେ ସୁରକ୍ଷା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ କରିବାସହିତ ଶୂନ କ୍ଷୟକ୍ଷତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଥିଲା। ଏହି ଡ୍ରିଲ୍ ସମସ୍ତ ଲକ୍ଷ୍ୟ ହାସଲ ସହିତ ଲକ୍ଷ୍ୟଧାର୍ଯ୍ୟ ସମୟସୀମା, ଯୋଗାଯୋଗ ଏବଂ କ୍ରସ୍-ଫଙ୍କସନାଲ୍ ସମନ୍ୱୟକୁ ସଫଳତାର ସହ ସମାପ୍ତ କରିଥିଲା ।
Follow Us