ଓଡିଶା ହେଉଛି କଳା ଓ ସଂସ୍କୃତିର ଭଣ୍ଡାର। ଓଡିଶାର ୬୪ଟି ହସ୍ତଶିଳ୍ପ ଓଡିଶା ସରକାରଙ୍କ ସ୍ୱୀକୃତି ପାଇ ସାରିଛି। ସୃଜନିକା କ୍ରାଫ୍ଟ କ୍ଲଷ୍ଟର ଓଡିଶାର ହସ୍ତକଳା ଓ ସଂସ୍କୃତିକୁ ଆଗକୁ ନେବାରେ ସାହାଯ୍ୟ କରୁଛି ବୋଲି ସେ କହିଥିଲେ।
ଏ ବର୍ଷର ମେଳାରେ ଆର୍ଟିଫିସିଆଲ ଇଂଟଲ୍ଲିଜେନସର ବ୍ୟବହାର କରାଯାଇ ଦର୍ଶକମାନଙ୍କ ଆଗମନର ଗଣନା କରାଯାଇଛି। ଏହି ମେଳାକୁ ସଫଳ ରୂପାୟନ ଦେବାରେ ପ୍ରୟାସ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଆମ ଶିଳ୍ପ କଳାକୁ ବଞ୍ଚାଇ ରଖିଥିବା ଶିଳ୍ପୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
ଉଦଯାପନୀ ସନ୍ଧ୍ୟାରେ ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ଉପଶାସନ ସଚିବ ସୁବ୍ରତ କୁମାର ବେହେରା, ଅତିରିକ୍ତ ଶାସନ ସଚିବ ଚିନ୍ମୟୀ ବିଶ୍ୱାଳ, ଯୁଗ୍ମ ସଚିବ ମମତା ନାୟକ, ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଉପନିର୍ଦ୍ଦେଶକ ମଧୁସ୍ମିତା ଦାସ ଓ ଆଶୁତୋଷ ମହାନ୍ତି,ହସ୍ତଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ମାନଗୋବିନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଜନତା ମୈଦାନ ଆକାଶରେ ପ୍ରଦର୍ଶିତ ‘ଡ୍ରୋନ ସୋ’ରେ ବିଭାଗର ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଥିଲା। ପଦ୍ମଶ୍ରୀ ଇଲିଆନା ସୀତାରେଷ୍ଟିଙ୍କ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।
Follow Us