ବେଦାନ୍ତ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

vv

ସୁନ୍ଦରଗଡ଼: ବେଦାନ୍ତ ଆଲୁମିନିୟମ୍, ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକର ମୁଣ୍ଡେରଖେତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା, ଯେଉଁଥିରେ ୨୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିଲେ। ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା। ହେମଗିରର ମୁଣ୍ଡେରଖେତ ପଞ୍ଚାୟତ ସରପଞ୍ଚ ଶ୍ରୀ ସନ୍ୟାସୀ ବାଗଙ୍କ ଉପସ୍ଥିତିରେ ହେମଗିର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିନ୍ମୟ କୁମାର ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe