ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବି ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ 'ନିକ୍ଷୟ ମିତ୍ର' କାର୍ଯ୍ୟକ୍ରମ ସହ ହାତ ମିଶାଇଛନ୍ତି। 'ଟିବି ମୁକ୍ତ ଭାରତ ଅଭିଯାନ'କୁ ସମର୍ଥନ କରିବା ଉଦ୍ଦେଶ୍ୟରେ କମ୍ପାନୀ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହିତ ମିଶି ୬୩ଜଣ ଯକ୍ଷ୍ମା ରୋଗୀଙ୍କୁ ଏକ ବର୍ଷ ପାଇଁ ପୁଷ୍ଟିକର କିଟ୍ ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି, ଆଶା କର୍ମୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁଷ୍ଟିକର କିଟ୍ ହସ୍ତାନ୍ତର କରାଯାଇଥିଲା।
ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ
Advertisment
Follow Us