Report by Satya Narayan Routrai and Photo by Santosh Barala
ଓଡ଼ିଶା ଗସ୍ତର ତୃତୀୟ ଦିନରେ ପୁରୀରେ ମହାମହିମ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତର ତୃତୀୟ ଦିନରେ ବୁଧବାର ଦିନ ପୂର୍ବାହ୍ଣଷର ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିଛନ୍ତି। ଏହା ପରେ ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି।
ଲୁହ ଝରାଇଲେ ରାଷ୍ଟ୍ରପତି
ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କଲେ ମହାମହିମ। ଗର୍ଭଗୃହରେ ମହାପ୍ରଭୁଙ୍କୁ ଦେଖି ଲୁହ ଝରାଇଲେ। ମୁକ୍ତି ମଣ୍ଡପ ପଣ୍ଡିତଙ୍କ ନେଲେ ଆଶୀର୍ବାଦ।
ବାଇଶି ପାହାଚରେ ବସିଲେ ରାଷ୍ଟ୍ରପତି
ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ଶୁଭିଲା ବେଦ ଧ୍ଵନି। ଫେରିବା ବାଟରେ ବାଇଶି ପାହାଚରେ ବସିଲେ ସେବାୟତ ଦେଲେ କର ପଲ୍ଲବ ଉପହାର।
୪୫ ମିନିଟ୍ କାଳ ଭିତରେ ଦର୍ଶନ ସାନିଧ୍ୟ
ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ ସାନିଧ୍ୟ ନେଲେ। ୪୫ ମିନିଟ୍ କାଳ ଭିତରେ ଦର୍ଶନ ସାନିଧ୍ୟ ନେଲେ। ମହାମହିମଙ୍କ ଉଦ୍ଦେଶ୍ୟରେ ଲାଗିଲା ବାନା।
ସାଧାରଣ ଭକ୍ତ ଟିଏ ପରି ଦର୍ଶନ କଲେ ରାଷ୍ଟ୍ରପତି
କୌଳିକ ପଣ୍ଡା ଦେଲେ ମହାପ୍ରଭୁଙ୍କ ଫୋଟୋ ଚିତ୍ର ଉପହାର। ସାଧାରଣ ଭକ୍ତ ଟିଏ ପରି ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ସିଂହଦ୍ୱାର ବାଇଶି ପାହାଚ ଦେଇ ସାତ ପାହାଚ ଦେଇ ଭାବ ବିହ୍ୱଳ ପୂର୍ବକ ଭିତରକୁ ଯାଇ ଦର୍ଶନ ସାନିଧ୍ୟ ନେଲେ ।
ଦୁର୍ଲଭ ସୁନାବେଶର ପଟଚିତ୍ର ଉପହାର
ମହାପ୍ରଭୁଙ୍କ ରତ୍ନ ସିଂହାସନ ସ୍ଥିତ ଦୁର୍ଲଭ ସୁନାବେଶର ପଟଚିତ୍ର ଉପହାର ଦେଲେ ଶ୍ରୀମନ୍ଦିର ପ୍ରସାଶନ। ଖଣ୍ଡୁଆ ଦେଇ ସ୍ବାଗତ କଲେ ମୁଖ୍ୟ ପ୍ରଶାସକ।
Follow Us