ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ହେମଗିରି ଏବଂ କୁରାଲୋଇ ଅଞ୍ଚଳରେ ଶିକ୍ଷା, ଜଳ ଯୋଗାଣ ଏବଂ ପରିମଳ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ଜୀବନର ଉନ୍ନତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । କମ୍ପାନୀ ଦୁଇଟି ପ୍ରଭାବଶାଳୀ ସିଏସ୍ଆର୍ କାର୍ଯ୍ୟକ୍ରମ ଆରମ୍ଭ କରିଛି । “ପ୍ରକଳ୍ପ ବିଦ୍ୟା'' ଏବଂ “ପ୍ରକଳ୍ପ ର୍ନିମଳ'' ୩୦,୦୦୦ ରୁ ଅଧିକ ଲୋକଙ୍କୁ ଉପକୃତ କରୁଛି । ମୁଣ୍ଡେରଖେଟରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ ଶ୍ରୀ ଜିତେନ୍ଦ୍ର ମୁଣ୍ଡା, ଅତିରିକ୍ତ ବିଇଓ ଶ୍ରୀ କପିଲ ଚନ୍ଦ୍ର ଦାସ, ମୁଣ୍ଡେରଖେଟର ସରପଞ୍ଚ ଶ୍ରୀ ସନ୍ନ୍ୟାସୀ ବାଗ, ଗର୍ଜନଜୋରର ସରପଞ୍ଚ ଶ୍ରୀମତୀ ସୁନନ୍ଦା କାଲୋ ଏବଂ ଚକ୍ର କ୍ଲଷ୍ଟରର ସିଆରସିସି ଶ୍ରୀ ନିତ୍ୟାନନ୍ଦ ପାଧନଙ୍କ ସମେତ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us