ଆନ୍ଧ୍ରରେ ହିଂସା, ୨ ମୃତ ୩୬୨ଟି ଇଭିଏମ୍‌ ଖରାପ

Advertisment

ପୋଲିଂ କର୍ମଚାରୀ ୧୨୫ ଭୋଟ୍‌ ହଟାଇ ଦେଲେ

ପୋଲିଂ କର୍ମଚାରୀ ୧୨୫ ଭୋଟ୍‌ ହଟାଇ ଦେଲେ

ଆନ୍ଧ୍ରରେ ହିଂସା, ୨ ମୃତ ୩୬୨ଟି ଇଭିଏମ୍‌ ଖରାପ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଆଜି ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଅନନ୍ତପୁର ଜିଲ୍ଲାର ମୀରାପୁରମ୍‌ ଗ୍ରାମରେ ଘଟିଥିବା ରାଜନୈତିକ ସଂଘର୍ଷରେ ତେଲୁଗୁ ଦେଶମ ପାର୍ଟି କର୍ମୀ ଏସ୍‌. ଭାସ୍କର ରେଡ୍ଡି ଏବଂ ଏବଂ ୱାଏସ୍‌ଆର୍‌ କଂଗ୍ରେସ ପାର୍ଟି କାର୍ଯ୍ୟକର୍ତ୍ତା ପୁଲ୍ଲା ରେଡ୍ଡିଙ୍କ ମୃତ୍ୟୁ ଘଟିଛି। ଏହି ସଂଘର୍ଷରେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହିଂସାକୁ ନେଇ ଜିଲ୍ଲାରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖରାପ୍‌ ଇଭିଏମ୍‌ ଯୋଗୁଁ ମତଦାନରେ ବାଧା ସୃଷ୍ଟି ହୋଇଥିଲା। ମୋଟ ୩୬୨ଟି ଖରାପ୍‌ ଇଭିଏମ୍‌ ଚିହ୍ନଟ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମଛିଲିପଟ୍ଟନମ ବିଧାନସଭା କ୍ଷେତ୍ରରେ ଜଣେ ପୋଲିଂ କର୍ମଚାରୀ ଇଭିଏମ୍‌ରୁ ୧୨୫ଟି ଭୋଟ୍‌କୁ ହଟାଇ ଦେଇଥିଲେ। ପୂର୍ବରୁ ସେହି ମେସିନ୍‌ରେ ମକ୍ ପୋଲ୍‌ ହୋଇଥିବାରୁ ସେ ଏଭଳି କରିଥିବା କହିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ କେତେକ ଭୋଟର୍‌ ପୁଣି ବୁଥ୍‌କୁ ଆସି ଭୋଟ୍‌ ଦେଇଥିଲେ। ଖରାପ ଇଭିଏମ୍‌କୁ ନେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଦାୟୀ କରିବା ସହ ରାଜ୍ୟରେ ୩୦ ପ୍ରତିଶତ ଇଭିଏମ୍‌ ଖରାପ୍‌ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe