୨୦୧୯ ଲୋକସଭା ନିର୍ବାଚନ: କିଛି ତଥ୍ୟ

Advertisment
ରଦ୍ଦ ହୋଇପାରେ ଏହି ୩ ରାଜନୈତିକ ଦଳର ରାଷ୍ଟ୍ରୀୟ ମାନ୍ୟତା ! ନୋଟିସ୍ କରିପାରନ୍ତି ନିର୍ବାଚନ ଆୟୋଗ

୨୦୧୯ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହୋଇଛି। ଗତ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଥିଲା। ଏହାପରେ ଏପ୍ରିଲ ୧୮ରେ ଦ୍ବିତୀୟ ପର୍ଯ୍ୟାୟ , ୨୩ରେ ତୃତୀୟ, ୨୯ରେ ଚତୁର୍ଥ , ମେ’ ୬‌ରେ ପଞ୍ଚମ, ୧୨ରେ ଷଷ୍ଠ ଏବଂ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସଂପନ୍ନ ହୋଇଛି। ଅରୁଣାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଛି। ଚଳିତ ନିର୍ବାଚନରେ ପ୍ରାୟ ୯୦ କୋଟି ଭୋଟର ଭୋଟ୍‌ ଦେବାପାଇଁ ଯୋଗ୍ୟ ବିବେଚିତ ଥିବାବେଳେ ସେମାନଙ୍କ ମଧ୍ୟରେ ୧୩ କୋଟିରୁ ଅଧିକ ନୂଆ ଭୋଟର ଥିଲେ। ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଆମେଥୀ ଏବଂ କେରଳର ୱାୟନାଡ଼ ଆସନରୁ ନିର୍ବାଚନ ଲଢ଼ିଛନ୍ତି।

ଲୋକସଭା ନିର୍ବାଚନରେ ୫୪୨ ଆସନରେ ୮,୦୦୦ରୁ ଅଧିକ ପ୍ରାର୍ଥୀ ଥିଲେ।
ପ୍ରାୟ ୨୦୦୦ ରାଜନୈତିକ ଦଳ ଏହି ନିର୍ବାଚନରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ଥିଲେ । ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ୬୯.୪୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ୬୬ ପ୍ରତିଶତ, ଚତୁର୍ଥ ପର୍ଯ୍ୟାୟରେ ୬୪ ପ୍ରତିଶତ, ପଞ୍ଚମ ପର୍ଯ୍ୟାୟରେ ୫୭.୩୩ ପ୍ରତିଶତ, ଷଷ୍ଠ ପର୍ଯ୍ୟାୟରେ ୬୩.୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।

ଚଳିତ ନିର୍ବାଚନରେ ୧.୧୨ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାରାଥନ୍‌ ପ୍ରଚାରରେ ୧୪୨ ଟି ରୢାଲି ଏବଂ ୪ଟି ରୋଡ୍‌ସୋ କରିଛନ୍ତି। ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ମୋଦୀଙ୍କ ଫୋକସ୍‌ରେ ଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ଲୋକସଭା ନିର୍ବାଚନ ପାଇଁ ୧୨୫ଟି ରୢାଲି କରିଛନ୍ତି। ଏଥି ମଧ୍ୟରୁ ୫୨ଟି ରୢାଲି ସେ କେବଳ ଉତ୍ତରପ୍ରଦେଶରେ କରିଛନ୍ତି। ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ କେରଳ ରାହୁଲଙ୍କ ଫୋକସ୍‌ରେ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe