ନନ୍ଦନବିହାର ଛକରୁ ୩ ଲୁଟେରା ଗିରଫ

Advertisment
ନନ୍ଦନବିହାର ଛକରୁ ୩ ଲୁଟେରା ଗିରଫ

ଚନ୍ଦ୍ରଶେଖରପୁର: ଗୁରୁବାର ବିଳମ୍ବିତ ରାତିରେ ଇନ୍‌ଫୋସିଟି ଥାନା ପୁଲିସ ନନ୍ଦନବିହାର ଛକ ନିକଟରୁ ୩ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, କଟକ ପୁରୀଘାଟ ଥାନା ଅଧୀନ ମଠସାହିର ବଣ୍ଟି ଘଡ଼େଇ(୧୯), ମୁନା ଦାସ(୨୦) ଓ ଶେଖର ନାୟକ (୨୨)। ପୁଲିସ ସେମାନଙ୍କଠାରୁ ଟଙ୍କା, ବାଇକ୍ ଓ ମାରଣାସ୍ତ୍ର ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ତତ୍ତ୍ୱମାସି ଭୂଆଁ ନାମକ ଜଣେ ଯୁବକ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଘରକୁ ଫେରୁଥିବା ବେଳେ ରଘୁନାଥପୁର ଛକ ନିକଟରେ ତାଙ୍କର ଗାଡ଼ି ଖରାପ ହୋଇଯାଇଥିଲା। ସେହି ସମୟରେ ଏହି ୩ ଡକାୟତ ସେଠାରେ ପହଞ୍ଚି ତାଙ୍କ ବେକରେ ଛୁରି ଲଗାଇ ଟଙ୍କା ଓ ପର୍ସ ଲୁଟି ନେଇଥିଲେ। ତତ୍ତ୍ୱମାସିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ପଳାଇଥିଲେ। ଖବର ପାଇ ଇନ୍‌ଫୋସିଟି ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନନ୍ଦନବିହାର ଛକ ନିକଟରୁ ଗିରଫ କରିଥିଲା। ଏନେଇ ପୁଲିସ ନମ୍ବର ୮୬/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି। ଏହି ଅଭିଯୁକ୍ତମାନଙ୍କ ନାମରେ ନାମରେ କଟକ ଓ ଆଠଗଡ଼ରେ ଲୁଟ୍, ଛିନତାଇ ଭଳି ଏକାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe