ଷଷ୍ଠ ପର୍ଯ୍ୟାୟ ପ୍ରଚାର ଥମିଲା, ୫୯ ଆସନ ପାଇଁ ୯୭୯ ପ୍ରାର୍ଥୀ

Advertisment
ଷଷ୍ଠ ପର୍ଯ୍ୟାୟ ପ୍ରଚାର ଥମିଲା, ୫୯ ଆସନ ପାଇଁ ୯୭୯ ପ୍ରାର୍ଥୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଗାମୀ ୧୨ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏଥିରେ ମୋଟ ୯୭୯ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୧୦.୧୬ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪ ଆସନ, ମଧ୍ୟପ୍ରଦେଶର ୮ ଆସନ, ହରିୟାଣାର ୧୦ ଆସନ, ଦିଲ୍ଲୀର ୭ ଆସନ, ଝାଡ଼ଖଣ୍ଡର ୪ ଆସନ ଏବଂ ପଶ୍ଚିମବଂଗର ୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏହା ବ୍ୟତୀତ ପଶ୍ଚିମ ତ୍ରିପୁରା ଆସନ ପାଇଁ ପୁନଃ ଭୋଟ୍‌ ଗ୍ରହଣ ହେବ। ଏଠାରେ ୧୬୮ଟି ବୁଥ୍‌ରେ ୧୧ ଏପ୍ରିଲରେ ମତଦାନ ହୋଇଥିଲେ ମଧ୍ୟ ଏହାକୁ ରଦ୍ଦ କରାଯାଇଥିଲା।

ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପାଇଁ ୧.୧୩ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୧୦.୧୬ କୋଟି ଭୋଟର୍‌ଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୫.୪୨ କୋଟି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୭.୧୪ କୋଟି। ଏଥିରେ ୩୩୦୭ ତୃତୀୟ ଲିଙ୍ଗ ଭୋଟର୍‌ ମଧ୍ୟ ଅଛନ୍ତି। ମୋଟ ୯୭୯ ପ୍ରାର୍ଥୀଙ୍କ ମଧ୍ୟରେ ସର୍ବାଧିକ ସ୍ବାଧୀନ ପ୍ରାର୍ଥୀ ଥିବା ଜଣାପଡ଼ିଛି। ଏହି ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୭୬୯। ବିଜେପିର ୫୪ ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ବିଏସ୍‌ପିର ୪୯ ପ୍ରାର୍ଥୀ ଅଛନ୍ତି। ଏହା ବ୍ୟତୀତ କଂଗ୍ରେସର ୪୬, ଶିବସେନାର ୧୬, ଆପ୍‌ର ୧୨, ଟିଏମ୍‌ସିର ୧୦, ଆଇଏନ୍‌ଏଲ୍‌ଡିର ୧୦, ସିପିଆଇର ୭ ଏବଂ ସିପିଏମ୍‌ର ୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe