ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିଆ। ୩୭୪କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଜ୍ୟୋତିରାଦିତ୍ୟ ସିନ୍ଦିଆ ଷଷ୍ଠ ପର୍ଯ୍ୟାୟରେ ସବୁଠୁ ଧନୀ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ଏହା ପଛକୁ ବିଜେପିର ଗୌତମ ଗମ୍ଭୀର ଏହି ପର୍ଯ୍ୟାୟରେ ଦ୍ବିତୀୟ ଧନୀ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଦିଆ ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ସିନ୍ଦିଆ ଷଷ୍ଠ ପର୍ଯ୍ୟାୟରେ ସବୁଠୁ ଧନୀ ପ୍ରାର୍ଥୀ ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୩୯୫ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ବୋଲି ଜଣାପଡ଼ିଛି। ୫୦୯ ଜଣ ପ୍ରାର୍ଥୀ ନିଜକୁ ଗ୍ରାଜୁଏଟ୍ ବୋଲି ଘୋଷଣା କରିଛନ୍ତି। ତେବେ ୩୫ ଜଣ ପ୍ରାର୍ଥୀ କେବଳ ନିଜକୁ ସାକ୍ଷର ବୋଲି ଘୋଷଣା କରିଛନ୍ତି।
ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ସବୁଠୁ ଧନୀ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଦିଆ
Advertisment
Follow Us