ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆହ୍ଲାବାଦ୍ ଜିଲ୍ଲା ଅଧୀନସ୍ଥ ଏକ ଗ୍ରାମରେ ଗୋଟିଏ ଯୌଥ ପରିବାରର ଭୋଟ୍ ଉପରେ ସବୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ନଜର ରହିଛି।। ବାହରେଇଚ ଗ୍ରାମରେ ଥିବା ଏକ ପରିବାରର ମୋଟ୍ ସଦସ୍ୟ ସଂଖ୍ୟା ୮୨। ସେମାନଙ୍କ ମଧ୍ୟରୁ ୬୬ ଜଣ ଚଳିତ ନିର୍ବାଚନରେ ଭୋଟ୍ ଦେବେ। ପରିବାରରେ ଏଥର ୮ ଜଣ ନୂଆ ଭୋଟର୍ ମଧ୍ୟ ଅଛନ୍ତି। କୃଷି କାର୍ଯ୍ୟ ହେଉଛି ଏହି ପରିବାରରେ ଜୀବିକାର ମୁଖ୍ୟ ଉତ୍ସ। ପରିବାରର ଦୁଇ ଜଣ ସଦସ୍ୟ ମୁମ୍ବାଇରେ ଚାକିରି କରୁଛନ୍ତି। ଏହି ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ। ପରିବାରର ମୁଖିଆ ରାମ ନରେଶଙ୍କ ବୟସ ୯୮। ସେ ଗର୍ବର ସହ କହନ୍ତି ଯେ ଏବେ ବି ତାଙ୍କ ପରିବାରରେ ଗୋଟିଏ ରୋଷେଇ ଘର। ପରିବାରରେ ପ୍ରତିଦିନ ୨୦ କିଲୋ ପନିପରିବା, ୧୫ କିଲୋଗ୍ରାମ୍ ଚାଉଳ ଏବଂ ୧୦ କିଲୋଗ୍ରାମ୍ ଅଟା ବ୍ୟବହାର କରାଯାଉଛି। ପରିବାରର କୌଣସି ଜଣେ ବି ସଦସ୍ୟ ଏଯାବତ୍ ଅଲଗା ରହିବା କଥା ଚିନ୍ତା କରିନାହାନ୍ତି ବୋଲି ସେ କହିଛନ୍ତି। ଏହି ପରିବାରର ସମସ୍ତ ସଦସ୍ୟ ଆସନ୍ତା ସୋମବାର ଦିନ ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେବେ। ସମସ୍ତ ପରିବାର ସଦସ୍ୟ ମାଟି ଘରେ ରହୁଥିବା ବେଳେ ବେଶ୍ ଶାନ୍ତିରେ ମଧ୍ୟ ଅଛନ୍ତି।
ଉତ୍ତର ପ୍ରଦେଶରେ ଗୋଟିଏ ପରିବାର: ସଦସ୍ୟ ସଂଖ୍ୟା ୮୨, ଭୋଟର୍ ସଂଖ୍ୟା ୬୬
Advertisment
Follow Us