ଦେଶରେ ୯୦.୮୪ କୋଟି ଭୋଟ୍‌ଦାତା

Advertisment
ଦେଶରେ ୯୦.୮୪ କୋଟି ଭୋଟ୍‌ଦାତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ଦିନ ବାକି। ଜୋରଦାର ପ୍ରସ୍ତୁତି ଚାଲିଛି। ଯେମିତି କୌଣସି ଜଣେ ବି ଭୋଟର ନିଜ ଭୋଟ୍‌ ଭୋଟଦାନରୁ ବଞ୍ଚିତ ନହୁଅନ୍ତି ସେନେଇ ପ୍ରୟାସ ଜାରି ରଖିଛନ୍ତି ଇସି (ନିର୍ବାଚନ କମିସନ୍‌)। ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନୂଆ ସ୍ବତନ୍ତ୍ର ଟ୍ରେନ୍‌ ମଧ୍ୟ ଚାଲୁଛି। ତେବେ ଜଣାଯାଇଛି ‌‌ଯେ ଗତ ଗୋଟିଏ ସପ୍ତାହ ମଧ୍ୟରେ ୧୦ ଲକ୍ଷ ଲୋକ ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ପ୍ରଥମ ଥର ପାଇଁ ଭୋଟ୍‌ ଦେବେ। ଇସିଙ୍କ ଦ୍ବାରା ଆରମ୍ଭ ହୋଇଥିବା ଭୋଟର ସ‌ଚେତନତା କାର୍ଯ୍ୟକ୍ରମ ହେତୁ ପ୍ରାୟ ୧.୧୦ କୋଟି ମତଦାତା ଜାତୀୟ ମତଦାତା ତାଲିକାରେ ପଞ୍ଜୀକୃତ ହୋଇଛନ୍ତି ବୋଲି ଇସିଙ୍କ ଚୂଡ଼ାନ୍ତ ତାଲିକାରୁ ଜଣାପଡ଼ିଛି। ଦେଶରେ ଏବେ ସମୁଦାୟ ଭୋଟର ସଂଖ୍ୟା ୯୦.୮୪ କୋଟି। ଏମାନଙ୍କ ମଧ୍ୟରେ ୧.୮୬ କୋଟି ହେଉଛନ୍ତି ନୂଆ ମତଦାତା। ଏମାନଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ନୂଆ ମତଦାତାଙ୍କ ସଂଖ୍ୟା ଜାନୁଆରିରୁ ମାର୍ଚ୍ଚ ସୁଦ୍ଧା ୧୮%ରୁ ଅଧିକ ବୃଦ୍ଧି ପାଇଛି। ଗତ ଗୋଟିଏ ସପ୍ତାହରେ ପ୍ରାୟ ୨୦,୦୦୦ ଅତିରିକ୍ତ ସେବା ମତଦାତା ପଞ୍ଜୀକୃତ ହୋଇଛନ୍ତି। ଏମାନଙ୍କର ସମୁଦାୟ ସଂଖ୍ୟା ହେଉଛି ୧୭.୭ କୋଟି। ଶେଷ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ସର୍ଭିସ୍‌ ଭୋଟରଙ୍କ ସଂଖ୍ୟା ୧୮ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଇସି ଆଶା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ଗତମାସରେ ଘୋଷଣା କରିଥିଲେ ଯେ ଚଳିତ ଲୋକସଭା ନିର୍ବାଚନରେ ପ୍ରାୟ ୯୦ କୋଟି ଭୋ‌ଟର ସେମାନଙ୍କ ମତଦାନ କରିବେ। ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ନିର୍ବାଚନୀ ବୁଥ୍‌ ରହିବ। ୨୦୧୪ ନିର୍ବାଚନରେ ଏହି ନିର୍ବାଚନୀ କେନ୍ଦ୍ର ସଂଖ୍ୟା ୯ ଲକ୍ଷ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe