୩ ଦଶନ୍ଧୀ ପରେ ଆଡଭାନୀ ସାଧାରଣ ଭୋଟର୍‌ ଭାବେ ମତଦାନ କଲେ

Advertisment
୩ ଦଶନ୍ଧୀ ପରେ ଆଡଭାନୀ ସାଧାରଣ ଭୋଟର୍‌ ଭାବେ ମତଦାନ କଲେ

ଗାନ୍ଧୀନଗର: ପ୍ରାୟ ତିନି ଦଶନ୍ଧୀ ପରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏଥର ଲୋକସଭା ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତାରୁ ବାହାରେ ଅଛନ୍ତି। ତାଙ୍କର ପରମ୍ପରାଗତ ଆସନ ଥିବା ଗାନ୍ଧୀନଗରରେ ଏବେ ବିଜେପି ସଭାପତି ଅମିତ ଶାହ ପ୍ରାର୍ଥୀ ହୋଇଛନ୍ତି। ଦୀର୍ଘ ୩୦ ବର୍ଷ ପରେ ଆଡଭାନୀ ପ୍ରଥମ ଥର ପାଇଁ ଜଣେ ସାଧାରଣ ଭୋଟର୍‌ ଭାବେ ମତଦାନ କରିଛନ୍ତି। ଅହମଦାବାଦର ଶାହପୁର ହିନ୍ଦୀ ସ୍କୁଲ ମତଦାନ କେନ୍ଦ୍ରରେ ଆଜି ଅପରାହ୍ନରେ ଆଡଭାନୀ ଭୋଟ୍‌ ଦେଇଥିଲେ। ଗାନ୍ଧୀନଗର ଆସନ ୧୯୮୯ରୁ ବିଜେପି ଦଖଲରେ ରହି ଆସିଛି। ୧୯୯୧ରେ ଆଡଭାନୀ ଏହି ଆସନରୁ ପ୍ରଥମେ ବିଜୟୀ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୬ ଥର ଏଠାରୁ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe