ଆଉ ୩ କଂଗ୍ରେସ ମୁଖ୍ୟଙ୍କ ଇସ୍ତଫା

ଆଉ ୩ କଂଗ୍ରେସ ମୁଖ୍ୟଙ୍କ ଇସ୍ତଫା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଏବେ ବିଭିନ୍ନ ରାଜ୍ୟ‌ର କଂଗ୍ରେସ ମୁଖିଆମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇ ଦେଉଛନ୍ତି। ନିଜ ନିଜ ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ ଦଳୀୟ ମୁଖ୍ୟମାନେ ନିଜକୁ ଦାୟୀ କରିଛନ୍ତି ଏବଂ ନୈତିକତା ଦୃଷ୍ଟିକୋଣରୁ ସେମାନଙ୍କ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ଉତ୍ତରପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର ପରେ ଏବେ ଅନ୍ୟ ୩ ରାଜ୍ୟରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ପଂଜାବ କଂଗ୍ରେସ ମୁଖ୍ୟ ସୁନିଲ ଝାକଡ଼ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ଇମେଲ୍‌ କରିଥିବାବେଳେ ଝାଡ଼ଖଣ୍ଡ କଂଗ୍ରେସ ମୁଖ୍ୟ ଅଜୟ ରାୟ ମଧ୍ୟ ଗତ ୨୪ ତାରିଖରେ ରାହୁଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଅନ୍ୟପକ୍ଷେ ଆସାମର କଂଗ୍ରେସ ମୁଖ୍ୟ ରିପୁନ ବୋରା ମଧ୍ୟ ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖି ତାଙ୍କୁ ଆସାମ୍‌ ପିସିସି ପଦରୁ ବାଦ୍‌ ଦେବାପାଇଁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଅଶୋକ ଚହ୍ବାନ୍‌ ନାଣ୍ଡେଡ୍‌ରେ ଲୋକସଭା ନିର୍ବାଚନ ହାରିଥିବାବେଳେ ସେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବ୍ବର ଏବଂ ଓଡ଼ିଶା କଂଗ୍ରେସ ମୁଖ୍ୟ ନିରଂଜନ ପଟ୍ଟନାୟକ ମଧ୍ୟ‌ ସେମାନଙ୍କ ପଦରୁ ଯଥାକ୍ରମେ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକରେ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ଏଚ୍‌କେ ପାଟିଲ୍‌ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe