ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ- ଜେଡିଏସ୍ ମେଣ୍ଟରେ ଏବେ ନୂଆ ଅସନ୍ତୋଷ ଦେଖାାଦେଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଆଜି ମେଣ୍ଟ ସହଯୋଗୀ କଂଗ୍ରେସ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ପୁଅ ନିଖିଳଙ୍କୁ ହରାଇବାପାଇଁ କଂଗ୍ରେସ ଚକ୍ରବୂୃହ ଚଳାଇଛି ବୋଲି କୁମାରସ୍ବାମୀ ଅଭିଯୋଗ କରିଛନ୍ତି। ନିଖିଳ କର୍ଣ୍ଣାଟକର ମାଣ୍ଡ୍ୟା ଲୋକସଭା ଆସନରୁ ଲଢ଼ୁଥିବାବେଳେ କଂଗ୍ରେସ ଏଠାରେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରି ନିଖିଳଙ୍କୁ ହରାଇବାକୁ ଷଡ଼୍ଯନ୍ତ୍ର ଚଳାଇଛି ବୋଲି କୁମାରସ୍ବାମୀ କହିଛନ୍ତି। ମାଣ୍ଡ୍ୟାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ସ୍ବର୍ଗତ କଂଗ୍ରେସ ନେତା ତଥା ଅଭିନେତା ଅମ୍ବରିଶଙ୍କ ପତ୍ନୀ ସୁମଲଥା। ସୁମଲତାଙ୍କୁ ଏଠାରେ ଉଭୟ କଂଗ୍ରେସ, ବିଜେପି ଏବଂ କୃଷକ ସଂଗଠନ ଦୃଢ଼ ସମର୍ଥନ କରୁଛନ୍ତି। ବିଶେଷ କରି କଂଗ୍ରେସ ନିଖିଳଙ୍କୁ ହରାଇବା ପାଇଁ ଚକ୍ରବ୍ୟୂହ ଚଳାଇଛି ବୋଲି କୁମାରସ୍ବାମୀ କହିଛନ୍ତି। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ମଧ୍ୟ ଏକ ଟିପ୍ପଣୀ ଦେଇଥିଲେ ଯେ ମାଣ୍ଡ୍ୟାରେ ସ୍ଥିତି ଅଣାୟତ୍ତ ହୋଇଗଲାଣି।। ତେବେ କୁମାରସ୍ବାମୀଙ୍କ ଏଭଳି ବୟାନରେ ପ୍ରତିକ୍ରିୟା ପ୍ରକାଶ କରି ସୁମଲଥା କହିଛନ୍ତି ଯେ କଂଗ୍ରେସ କର୍ମୀମାନେ ବାସ୍ତବରେ ତାଙ୍କ ସହ ହିଁ ରହିଛନ୍ତି।
କଂଗ୍ରେସ ଜେଡିଏସ୍ ମେଣ୍ଟରେ ପୁଣି ଅଡ଼ୁଆ
Advertisment
Follow Us