ଦେଶକୁ ଧୋକା ଦେଇଛି କଂଗ୍ରେସ: ଅଖିଳେଶ

Advertisment
ଦେଶକୁ ଧୋକା ଦେଇଛି କଂଗ୍ରେସ: ଅଖିଳେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ କଂଗ୍ରେସ ଦେଶକୁ ସର୍ବଦା ଧୋକା ଦେଇଛି। ଏହି ଦଳ ସହିତ ମେଣ୍ଟ କରୁଥିବା ଦଳଙ୍କୁ ମଧ୍ୟ କଂଗ୍ରେସ ଧୋକା ଦେବାକୁ ପଛାଇ ନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ହିଁ ମୁଲାୟମ ସିଂ ଯାଦବ ଏବଂ ଡିମ୍ପଲ ଯାଦବଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା ବୋଲି ସେ କହିଛନ୍ତି। ମୋଦୀ ଦ୍ବିତୀୟବାର ପ୍ରଧାନମନ୍ତ୍ରୀ ହେବା ସଂପର୍କରେ ଅଖିଳେଶ କହିଛନ୍ତି ଯେ ଆମେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ହେବାରୁ ଅଟକାଉ ନାହୁଁ । ଯଦି ଜନସାଧାରଣ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁଣି ଦେଖିବାକୁ ଚାହୁଛନ୍ତି, ତା’ହେଲେ ସେ ହୋଇପାରିବେ। ତେବେ ପ୍ରଧାନମନ୍ତ୍ରୀ କିଏ ହେଲେ ବି ସେ ଉତ୍ତରପ୍ରଦେଶରୁ ହିଁ ହେବେ ବୋଲି ଅଖିଳେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe