ଅଲି-ବଜରଂଗବାଲି ବିବାଦ, ମହାମେଣ୍ଟ ରୢାଲିରେ ଗର୍ଜିଲେ ମାୟାବତୀ

Advertisment

ଅଲି-ବଜରଂଗବାଲି ଉଭୟ ଆମର, ନମୋ-ନମୋ ଯିବେ, ଜୟ ଭୀମ ଆସିବେ

ଅଲି-ବଜରଂଗବାଲି ଉଭୟ ଆମର, ନମୋ-ନମୋ ଯିବେ, ଜୟ ଭୀମ ଆସିବେ

ଅଲି-ବଜରଂଗବାଲି ବିବାଦ, ମହାମେଣ୍ଟ ରୢାଲିରେ ଗର୍ଜିଲେ ମାୟାବତୀ

India TV

ବଦାୟୁଁ: ଉତ୍ତର ପ୍ରଦେଶ ରାଜନୀତି ଏବେ ସାଂପ୍ରଦାୟିକ ମୋଡ଼ ନେଇଛି। ନିର୍ବାଚନ କମିସନଙ୍କ କଟକଣା ସତ୍ତ୍ବେ ପ୍ରାୟ ସବୁ ରାଜନୈତିକ ଦଳ ସାଂପ୍ରଦାୟିକ ବୟାନ ଦେଇ ଭୋଟର୍‌ଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଜନସଭାରେ କହିଥିଲେ ଯେ କଂଗ୍ରେସ, ଏସ୍‌ପି, ବିଏସ୍‌ପି ଅଲିଙ୍କ ଉପରେ ବିଶ୍ବାସ କରୁଥିବା ବେଳେ ଆମେ ବଜରଙ୍ଗବଲିଙ୍କ ଉପରେ ବିଶ୍ବାସ କରୁଛୁ। ସେମାନଙ୍କ ପାଇଁ ଅଲି, ଆମ ପାଇଁ ବଜରଂଗବଲି ଅଛନ୍ତି ବୋଲି ଯୋଗୀଙ୍କ ବୟାନଙ୍କୁ ନେଇ ହଙ୍ଗାମା ଉପୁଜିବା ପରେ ନିର୍ବାଚନ କମିସନ ତାଙ୍କୁ ନୋଟିସ୍‌ ଜାରି କରିଥିଲେ। ଯୋଗୀ ମଧ୍ୟ କ୍ଷମାପ୍ରାର୍ଥନା କରି ଏଭଳି ବୟାନ ଦୋହରାଇବେ ନାହିଁ ବୋଲି କହିଛନ୍ତି। ତେବେ ଆଜି ବିଏସ୍‌ପି ସୁପ୍ରିମୋ ମାୟାବତୀ ଅଲି- ବଜରଙ୍ଗବଲି ପ୍ରସଙ୍ଗ ଉଠାଇ ପୁଣି ବିବାଦୀୟ ସ୍ଥିତି ସୃଷ୍ଟି କରିଛନ୍ତି। ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳକୁ ନେଇ ଗଠିତ ମହାମେଣ୍ଟର ଦ୍ବିତୀୟ ମେଗା ରୢାଲିରେ ମାୟାବତୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗର୍ଜିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଲି-ବଜରଂଗବାଲି ବୟାନକୁ କଡ଼ା ସମାଲୋଚନା କରି ସେ କହିଥିଲେ ଯେ ବିଜେପିର ସାଂପ୍ରଦାୟିକ ରାଜନୀତିର ପରିସମାପ୍ତି ଖୁବ୍‌ଶୀଘ୍ର ଘଟିବ ଏବଂ ଉଭୟ ଅଲି ଏବଂ ବଜରଂଗବଲିଙ୍କ ସମର୍ଥନ ମହାମେଣ୍ଟକୁ ମିଳିବ।

ଇସିଙ୍କୁ ଜବାବ ଦେଲେ ଯୋଗୀ

ମାୟାବତୀ କହିଥିଲେ, ରୢାଲିର ଭିଡ଼ ଦେଖି ଲାଗୁଛି ଦେଶରୁ ‘ନମୋ ନମୋ’ ଗାଏବ ହୋଇଯିବ ଏବଂ ଜୟ ଭୀମ ଆସିବ। ଉଭୟ ଅଲି ଏବଂ ବଜରଂଗବାଲି ଏଥର ଆମର ହୋଇଥିବାରୁ ମହାମେଣ୍ଟର ବିଶାଳ ବିଜୟକୁ କେହି ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି। ବଜରଂଜବାଲି ଦଳିତ ସଂପ୍ରଦାୟର ବୋଲି ପୂର୍ବରୁ ଯୋଗୀ କହିସାରିଛନ୍ତି, ତେଣୁ ଆମର ଆଉ କିଛି ଚିନ୍ତା କରିବାର ନାହିଁ ଏବଂ ପୂର୍ବରୁ ଅଲି ଆମ ସହିତ ଅଛନ୍ତି ବୋଲି ମାୟାବତୀ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ମହାମେଣ୍ଟର ପ୍ରଥମ ରୢାଲିରେ ମାୟାବତୀ ମୁସ୍‌ଲିମ୍‌ ସଂପ୍ରଦାୟକୁ ଖୋଲା ଆହ୍ବାନ ଦେଇ ବିଜେପିକୁ ଭୋଟ୍‌ ନଦେବା ପାଇଁ କହିଥିଲେ। ଏଥିପାଇଁ ତାଙ୍କୁ ନିର୍ବାଚନ କମିସନ ମଧ୍ୟ ନୋଟିସ୍‌ କରିଥିଲେ। ଉତ୍ତର ପ୍ରଦେଶରେ ଏବେ ଧାର୍ମିକ ଧ୍ରୁବୀକରଣ ଯୋଗୁଁ ଉତ୍ତେଜନା ବଢ଼ିବାରେ ଲାଗିଛି। ମୁସ୍‌ଲିମ ଭୋଟ୍‌ରେ ବିଭାଜନ ଘଟିବା ଆଶଙ୍କା କରି ମାୟାବତୀ ମୁସ୍‌ଲିମ୍‌ ସଂପ୍ରଦାୟକୁ ଖୋଲାଖୋଲି ବିଜେପି ବିରୋଧରେ ଭୋଟ୍‌ ଦେବାକୁ ଆହ୍ବାନ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe