ବଡ଼ଦାଣ୍ଡରେ ଅମିତ ଶାହଙ୍କ ‌ରୋଡ୍‌ ସୋ

Advertisment
ବଡ଼ଦାଣ୍ଡରେ ଅମିତ ଶାହଙ୍କ ‌ରୋଡ୍‌ ସୋ

ପୁରୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ପୁରୀ ବଡ଼ଦାଣ୍ଡରେ ଆୟୋଜିତ ବିଜୟ ସଂକଳ୍ପ ଶୋଭାଯାତ୍ରାରେ ଯୋଗ ଦେଇ ନିର୍ବାଚନୀ ପ୍ରଚାର ବିଗୁଲ୍‌ ବଜାଇଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ଶାହ ବଡ଼ଦାଣ୍ଡର ମରୀଚକୋଟ ଛକରୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ଯାଇଥିଲେ। ‌ତେବେ ସମୟ ଅଭାବରୁ ‌ଶାହା ତାଙ୍କ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରି ବଡ଼ଦାଣ୍ଡରେ କିଛି ବାଟ ଆସିବା ପରେ ପ୍ରଚାର ଗାଡିରୁ ଓହ୍ଲାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟପକ୍ଷରେ ସାଧାରଣ ସଭା କିମ୍ବା ପ୍ରଚାର ଗାଡିରେ ସେ କୌଣସି ଉଦ୍‌ବୋଧନ ଦେଇନଥିଲେ। ବିଜୟ ସଂକଳ୍ପ ସମାବେଶରେ ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ସନ୍ଧ୍ୟାରେ ତାଳବଣିଆ ପଡ଼ିଆରେ ଶ୍ରୀ ଶାହ ହେଲିକପ୍ଟର‌ରୁ ଓହ୍ଲାଇ ସେଠାରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଅରୁଣସ୍ତମ୍ଭ ନିକଟରେ ଦୀପଦାନ କରିବା ପରେ ପୁରୀ ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଶାହ। ବିଜୟ ସଂକଳ୍ପ ଶୋଭାଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର, ବିଧାନସଭା ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe