ଆପ୍‌ ସାଂସଦଙ୍କ ଅଭିଯୋଗ, ପ୍ରାର୍ଥିପତ୍ର ରଦ୍ଦ ପାଇଁ ଦାବି

Advertisment

ମୋଦୀ ଦିନକରେ ଖର୍ଚ୍ଚ କରିଛନ୍ତି ୧.୨୭ କୋଟି

ମୋଦୀ ଦିନକରେ ଖର୍ଚ୍ଚ କରିଛନ୍ତି ୧.୨୭ କୋଟି

ଆପ୍‌ ସାଂସଦଙ୍କ ଅଭିଯୋଗ, ପ୍ରାର୍ଥିପତ୍ର ରଦ୍ଦ ପାଇଁ ଦାବି

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ପ୍ରାର୍ଥୀପତ୍ର ଦାଖଲ କରିବା ଅବସରରେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ଏବଂ କେବଳ ଗୋଟିଏ ଦିନରେ ୧ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଆପ୍‌ ସାଂସଦ ସଂଜୟ ସିଂହ ଅଭିଯୋଗ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସଂଜୟ କହିଛନ୍ତି ଯେ ଚାର୍ଟର୍ଡ ବିମାନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ନେତାମାନେ ଆସିଥିଲେ ଏବଂ ଶହ ଶହ ଗାଡ଼ି ରୋଡ ସୋ’ରେ ସାମିଲ ଥିଲା। ସହର ସାରା ପୋଷ୍ଟର ବ୍ୟାନର ଛାଇ ଯାଇଥିବା ବେଳେ ଏଥିପାଇଁ ପାଣି ପରି ଅର୍ଥ ଖର୍ଚ୍ଚ କରାଯାଇଥିଲା ବୋଲି ସେ କହିଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe