ନମୋ ଟିଭି ଉପରେ କଟକଣା ବଢ଼ିଲା, ଭୋଟ୍‌ର ୪୮ ଘଣ୍ଟା ପୂର୍ବରୁ ପ୍ରସାରଣ ମନା

Advertisment
ନମୋ ଟିଭି ଉପରେ କଟକଣା ବଢ଼ିଲା, ଭୋଟ୍‌ର ୪୮ ଘଣ୍ଟା ପୂର୍ବରୁ ପ୍ରସାରଣ ମନା

ନୂଆଦିଲ୍ଲୀ: ନମୋ ଟିଭି ଉପରେ କଟକଣା ବଢ଼ିଛି। ନମୋ ଟିଭିରେ ନିର୍ବାଚନ ସଂକ୍ରାନ୍ତ କୌଣସି ବିଷୟବସ୍ତୁ ତଥା ପୂର୍ବ ରେକର୍ଡିଂଗୁଡ଼ିକର ପ୍ରସାରଣ ଉପରେ ରୋକ୍‌ ଲାଗିଛି। ନିର୍ବାଚନ ଆଇନ ଅନୁଯାୟୀ ନମୋ ଟିଭିକୁ ‘ନିରବ ଅବଧି’ ନିୟମ ପାଳନ କରିବା ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଲୋକ ପ୍ରତିନିଧି ଆଇନର ଧାରା ୧୨୬ ଅନୁଯାୟୀ ଭୋଟ୍‌ର ୪୮ ଘଣ୍ଟା ପୂର୍ବରୁ କୌଣସି ନିର୍ବାଚନୀ ବିଷୟବସ୍ତୁକୁ ସିନେମା, ଟିଭି କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରସାରଣ କରାଯାଇ ପାରିବନି। ଏହି ୪୮ ଘଣ୍ଟା ନିରବ ଅବଧିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଏହାଦ୍ବାରା ଜଣେ ଭୋଟର କୌଣସି ରାଜନୈତିକ ପ୍ରଚାରରେ ପ୍ରଭାବିତ ନହୋଇ ନିଜ ବିଚାରରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇପାରିବେ ବୋଲି କୁହାଯାଉଛି। ତେବେ ଏହି ଧାରା ୧୨୬ ପ୍ରିଣ୍ଟ୍‌ ମିଡିଆ ପାଇଁ ପ୍ରଯୁଜ୍ୟ ନୁହେଁ।

ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ଇସି ଏକ ନିର୍ଦ୍ଦେଶ ଦେଇ କହିଥିଲେ ଯେ ନମୋ ଟିଭି ବିଜେପି ପ୍ରାୟୋଜିତ ହୋଇଥିବାରୁ ଏହି ଟିଭିରେ ପ୍ରସାରିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ଦିଲ୍ଲୀର ଯାଞ୍ଚ କମିଟି ଦ୍ବାରା ସାର୍ଟିଫିକେଟ୍‌ ମିଳିବା ଉଚିତ୍‌। କଂଗ୍ରେସ ଏହି ଟିଭି ବିରୋଧରେ ଅଭିଯୋଗ କରିବାପରେ ଇସି ଏ ସଂକ୍ରାନ୍ତରେ ଦିଲ୍ଲୀ ସିଇଓଙ୍କଠାରୁ ରିପୋର୍ଟ ମାଗିଥିଲେ। ଅନ୍ୟପକ୍ଷେ ସୂଚନା ଏବଂ ପ୍ରସାର ମନ୍ତ୍ରାଳୟ ଇସିଙ୍କୁ କହିଛନ୍ତି ଯେ ଏହା ଏକ ବିଜ୍ଞାପନ ମଞ୍ଚ ଏବଂ ଏଥିପାଇଁ ମନ୍ତ୍ରାଳୟର ମଂଜୁରି ଆବଶ୍ୟକ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe