ବିଜେଡିର ସାଂଗଠନିକ ସ୍ତରରେ ନିଯୁକ୍ତି, ବିଶ୍ବଜିତ୍ ସାଧାରଣ ସମ୍ପାଦକ

Advertisment

ରହେମାନ୍ ସଂଖ୍ୟାଲଘୁ ସେଲ୍ ଉପସଭାପତି

ରହେମାନ୍ ସଂଖ୍ୟାଲଘୁ ସେଲ୍ ଉପସଭାପତି

ବିଜେଡିରୁ ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ସୁଜିତ ମହାନ୍ତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ସାଧାରଣ ସମ୍ପାଦକ ଭାବେ ବିଶ୍ବଜିତ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସଂଖ୍ୟାଲଘୁ ସେଲର ଉପସଭାପତି ଭାବେ ଜଗତସିଂହପୁର ଜିଲ୍ଲାର ଅନିସୁର ରହେମାନଙ୍କୁ ସଭାପତି ନିଯୁକ୍ତ କରିଛନ୍ତି। ଫୁଲବାଣୀର ମହମ୍ମଦ ୟାସିନ୍ ବେଗଙ୍କୁ ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ, ସାଲେପୁରର ମହମ୍ମଦ ଇସଲାମ୍ (ସୁନୀଲ), ଜଟଣୀର ହବିବୁଲ୍ଲା ଖାଁ ଓ ଭଦ୍ରକର ଏସ୍.କେ ମହମ୍ମଦ ରଫିକଙ୍କୁ ବିଜେଡି ସଂଖ୍ୟାଲଘୁ ସେଲର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପଟ୍ଟାମୁଣ୍ଡାଇର ରିଜଵାନା ବେଗମଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି।

ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ନିର୍ବାଚନମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ମହମ୍ମଦ ମୁର୍ତୁଜା, କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଅଫତାବ୍ ଆଲମ୍, ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ଭାବେ ଗଣେଶ ମିଶ୍ର, ଜଗତସିଂହପୁର ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ଭାବେ ବିଜୁ ଯୁବ ଜନତା ଦଳ ମହାସଚିବ ଶିଶିର ପରିଜା, ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ସୁଶ୍ରୀ ମନ୍ଦାକିନୀ କର ଓ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଭାବେ ଜ୍ୟୋତିର୍ମୟୀ ପରିଡ଼ାଙ୍କୁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତି ଦେଇଥିବା ନେଇ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe