ଆଳି ବିଜେପିରେ ବିଦ୍ରୋହ: ରାଜ୍ୟ ମହିଳା ବିଜେପି ଉପସଭାନେତ୍ରୀ ସୁଜାତା ବାରିକ ସ୍ବାଧୀନ ପ୍ରାର୍ଥୀ

Advertisment
ଆଜି ବିଜେପିର ଇସ୍ତାହାର ଉନ୍ମୋଚନ

Moneycontrol

ଆଳି: ଆଳି ବିଧାନସଭା ଆସନରେ ବିଜେପିରେ ବିଦ୍ରୋହର ସ୍ବର ଉଠିଛି। ଦଳୀୟ ନିଷ୍ପତ୍ତି ଓ ବିଜେପି ପ୍ରାର୍ଥୀଙ୍କୁ ବିରୋଧ କରି ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଜାତା ବାରିକ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳ ପାଇଁ ବହୁ ଯୋଗ୍ୟ ପ୍ରାର୍ଥୀ ଟିକେଟ ଦାବିଦାର ଥିବା ବେଳେ ସେମାନଙ୍କୁ ଅଣଦେଖା କରାଯାଇ ନିକଟରେ କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କୁ ଟିକେଟ ଦେଇ ଦଳ କର୍ମୀମାନଙ୍କ ପ୍ରତି ବିଶ୍ବାସଘାତ କରିଛି ବୋଲି ସୁଜାତା ଅଭିଯୋଗ କରିଛନ୍ତି। ସୁଜାତା ଆଜି ନିଜର ଶତାଧିକ ସମର୍ଥକଙ୍କ ସହିତ ଆଳିରୁ ଏକ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୁଜାତାଙ୍କ ପ୍ରାର୍ଥିପତ୍ର ଦାଖଲ ବିଜେପିକୁ ଅଡୁଆରେ ପକାଇଛି। କିନ୍ତୁ ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ କହିଛନ୍ତି ଯେ ସୁଜାତା ଦୀର୍ଘ ଦିନ ଧରି ନିର୍ବାଚନମଣ୍ଡଳୀର ଦଳୀୟ ସଂଗଠନ ସହିତ ନାହାନ୍ତି। ବିରୋଧୀମାନଙ୍କ ପ୍ରରୋଚନା ଓ ପ୍ରଲୋଭନରେ ସେ ପ୍ରାର୍ଥିପତ୍ର ଦାଖଲ କରି ନିଜସ୍ବ ଫାଇଦା ହାସଲ ଲକ୍ଷ୍ୟରେ ଅଛନ୍ତି। ତାଙ୍କର ପ୍ରାର୍ଥିପତ୍ର ଦାଖଲ ଦଳୀୟ ଭୋଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe