ଦଳୀୟ ଇତିହାସରେ ସବୁଠୁ ଅଧିକ ଆସନରେ ନିର୍ବାଚନ ଲଢ଼ିବ ବିଜେପି

Advertisment
ଦଳୀୟ ଇତିହାସରେ ସବୁଠୁ ଅଧିକ ଆସନରେ ନିର୍ବାଚନ ଲଢ଼ିବ ବିଜେପି

ନୂଆଦିଲ୍ଳୀ : ବିଜେପି ଏହାର ଦଳୀୟ ଇତିହାସରେ ସବୁଠୁ ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛି। ବିଜେପି ଏଯାବତ୍‌ ୪୦୮ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ୨୦୧୪ ନିର୍ବାଚନରେ ଦଳ ସମୁଦାୟ ୪୨୮ ଆସନରେ ନିର୍ବାଚନ ଲଢ଼ିଥିଲା। କିନ୍ତୁ ଏଥର ବିଜେପି ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାଯାଇଛି। ଚଳିତ ନିର୍ବାଚନ ପାଇଁ ଆହୁରି ୩୦ ଜଣଙ୍କ ନାମ ଘୋଷଣା କରାଯିବ। ଦଳ ପକ୍ଷରୁ ଏଯାବତ୍‌ ଦିଲ୍ଲୀର ୭ ଆସନରେ ପ୍ରାର୍ଥି ଘୋଷଣା କରାଯାଇ ନାହିଁ। ସେହିପରି ଉତ୍ତରପ୍ରଦେଶର ୮, ପଞ୍ଜାବରେ ୩ ଆସନ, ହରିୟାଣାରେ ୨ ଏବଂ ରାଜସ୍ଥାନରେ ଗୋଟିଏ ‌ ଆସନରେ ଦଳ ପକ୍ଷରୁ ଏଯାବତ୍‌ ପ୍ରାର୍ଥୀ ଘୋଷଣା କରାଯାଇନି। ତେବେ ସବୁ ଆସନରେ ପ୍ରାର୍ଥୀଘୋଷଣା କରିବାପରେ ବିଜେପି ପୂର୍ବ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ସବୁଠୁ ଅଧିକ ଆସନରେ ଲଢ଼ିବ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe