ମାୟାବତୀଙ୍କୁ ସତର୍କ କଲେ ଜୟପ୍ରଦା ଆଜମ୍‌ଙ୍କ ‘ଏକ୍ସରେ ପରି ଆଖି’ ନଜର ପଡ଼ିପାରେ

Advertisment

ଜୟପ୍ରଦାଙ୍କ ବିରୋଧରେ ମାମଲା ରୁଜୁ

ଜୟପ୍ରଦାଙ୍କ ବିରୋଧରେ ମାମଲା ରୁଜୁ

ମାୟାବତୀଙ୍କୁ ସତର୍କ କଲେ ଜୟପ୍ରଦା ଆଜମ୍‌ଙ୍କ ‘ଏକ୍ସରେ ପରି ଆଖି’ ନଜର ପଡ଼ିପାରେ

ଲକ୍ଷ୍ନୌ: ରାମପୁରର ବିଜେପି ପ୍ରାର୍ଥୀ ଜୟପ୍ରଦା ନିକଟରେ ବସପା ସୁପ୍ରିମୋ ମାୟାବତୀଙ୍କୁ ଏକ ଚେତାବନୀ ଦେଇଥିଲେ। ସପା ନେତା ଆଜମ ଖାନ୍‌ ତାଙ୍କ ବିରୋଧରେ ଦେଇଥିବା ଏକ ବିବାଦୀୟ ‘ଖାକି ଅଣ୍ଡରୱିୟର’ ଟିପ୍ପଣୀ ପ୍ରସଙ୍ଗରେ ଜୟପ୍ରଦା ମାୟାବତୀଙ୍କୁ ଚେତାବନୀ ଦେଇଥିଲେ। ସେ କହିଥିଲେ ମାୟାବତୀଜୀ , ଆଜମ୍‌ ମୋ ବିରୋଧରେ ଯେଭଳି ଟିପ୍ପଣୀ ରଖିଛନ୍ତି ସେଥିରୁ ତୁମେ ଚିନ୍ତା କରିବା ଉଚିତ୍‌ ଯେ ‘ ତାଙ୍କର ଏକ୍ସରେ ପରି ଆଖି ତୁମ ଉପରେ ବି କୋଉଠି କୋଉଠି ନଜର ପକାଉଥିବ’। ଜୟପ୍ରଦା‌ ଗତ ଏପ୍ରିଲ ୧୮ ତାରିଖରେ କେମ୍ରିରେ କରିଥିବା ଏକ ପ୍ରଚାର ରୢାଲିରେ ଆଜମଙ୍କ ବିରୋଧରେ ଏଭଳି ଟିପ୍ପଣୀ ରଖି ମାୟାବତୀଙ୍କୁ ସତର୍କ କରାଇଥିଲେ। ତେବେ ଜୟପ୍ରଦାଙ୍କ ଏଭଳି ଟିପ୍ପଣୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କ ବି‌ରୋଧରେ ଏତଲା ରୁଜୁ ହୋଇଛି। ଆଜମ ଖାନ୍‌ ନିକଟରେ ରାମପୁରରେ କରିଥିବା ଏକ ପ୍ରଚାର ରୢାଲିରେ କହିଥିଲେ ଯେ ଜୟପ୍ରଦାଙ୍କୁ ମୁଁ ରାମପୁରକୁ ଆଣିଥିଲି। କାହାକୁ ବି ତାଙ୍କୁ ସ୍ପର୍ଶ କରାଇ ଦେଇନଥିଲି। ତାଙ୍କ ବାସ୍ତବ ଚେହେରାକୁ ଜାଣିବାପାଇଁ ତୁମକୁ ୧୭ ବର୍ଷ ଲାଗିଗଲା କିନ୍ତୁ ମୁଁ ମାତ୍ର ୧୭ ଦିନରେ ଜାଣିଥି‌ଲି ‌ଯେ ସେ ‘ଖାକି ଅଣ୍ଡରୱିୟର’ ପିନ୍ଧୁଛନ୍ତି। ଖାନ୍‌ଙ୍କ ଏଭଳି ଅଶାଳୀନ ଟିପ୍ପଣୀ ପାଇଁ ଇସି ତାଙ୍କ ଉପରେ ୭୨ ଘଣ୍ଟାର ପ୍ରଚାର କଟକଣା ଲଗାଇଥିଲେ। ଏହାକୁ ଜୟପ୍ରଦା କଡ଼ା ସମାଲୋଚନା କରିବା ସହ ତାଙ୍କର ଏହି ଟିପ୍ପଣୀକୁ ନେଇ ମାୟାବତୀଙ୍କୁ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe