ରାଇରଙ୍ଗପୁର ରୋଡ ସୋ’ରେ କେନ୍ଦ୍ରକୁ ପୁଣି ଟାର୍ଗେଟ କଲେ ନବୀନ

Advertisment
ରାଇରଙ୍ଗପୁର ରୋଡ ସୋ’ରେ କେନ୍ଦ୍ରକୁ ପୁଣି ଟାର୍ଗେଟ କଲେ ନବୀନ

ରାଇରଙ୍ଗପୁର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ରକୁ ପୁଣି ଟାର୍ଗେଟ କରିଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ରୋଡ ସୋ’ କରି ନବୀନ କହିଛନ୍ତି, ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାମାନଙ୍କ ଦେଖାଯାଇ ନଥାଏ। ଏବେ ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇଛନ୍ତି।

publive-image

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସାଢ଼େ ୪ କୋଟି ଲୋକ ମୋର ପରିବାର। ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କର ସେବା କରିବି ବୋଲି ନବୀନ କହିଛନ୍ତି। ନବୀନ ମୟୂରଭଂଜରେ ନିର୍ବାଚନ ପ୍ରଚାର ଅବସରରେ କହିଛନ୍ତି, କେନ୍ଦ୍ରରେ କୌଣସି ଦଳ ପୂର୍ଣ୍ଣ ବହୁମତ ପାଇ ପାରିବେ ନାହିଁ। କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶାର ଭୂମିକା ରହିବ ବୋଲି ବିଜେଡି ସୁପ୍ରିମୋ ନବୀନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe