ଦିଲ୍ଲୀର ୬ ଆସନରେ, ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Advertisment

ଉତ୍ତର ପୂର୍ବ ଦିଲ୍ଲୀରୁ ଲଢ଼ିବେ ଶିଲା ଦିକ୍ଷୀତ

ଉତ୍ତର ପୂର୍ବ ଦିଲ୍ଲୀରୁ ଲଢ଼ିବେ ଶିଲା ଦିକ୍ଷୀତ

ଦିଲ୍ଲୀର ୬ ଆସନରେ, ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ବହୁ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସ ଆଜି ସ୍ପଷ୍ଟ କରିଦେଇଛି ଯେ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ ହେବନି। କଂଗ୍ରେସ ଆଜି ଦିଲ୍ଲୀର ୭ ଟି ଲୋକସଭା ଆସନରୁ ୬ଟିରେ ଏହାର ପ୍ରାର୍ଥୀ ‌ଘୋଷଣା କରିଛି। ଦିଲ୍ଲୀରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିଲା ଦିକ୍ଷୀତଙ୍କୁ କ‌ଂଗ୍ରେସ ଉତ୍ତର ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଛି ଏବଂ ପୂର୍ବତନ ‌କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍‌ଙ୍କୁ ନୂଆଦିଲ୍ଲୀରେ ପ୍ରାର୍ଥୀ କରିଛି। ସେହିପରି ଚାନ୍ଦନି ଚୌକ୍‌ରୁ ଜେପି ଅଗ୍ରୱାଲ୍‌, ପୂର୍ବ ଦିଲ୍ଲୀରୁ ଅରବିନ୍ଦର ସିଂହ ଲଭ୍‌ଲି, ଉତ୍ତର ପଶ୍ଚିମ ଦିଲ୍ଲୀରୁ ରାଜେଶ ଲିଲୋଥିଆ ଏବଂ ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଶିଲା ଦିକ୍ଷୀତ ଉତ୍ତର ପୂର୍ବ ଦିଲ୍ଲୀ ଆସନରେ ବିଜେପିର ବର୍ତ୍ତମାନର ସାଂସଦ ମନୋଜ ତିୱାରି ଏବଂ ଆପ୍‌ର ଦିଲୀପ ପାଣ୍ଡେଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କଂଗ୍ରେସ ନେତା କପିଲ ଶିବଲଙ୍କୁ ଏଥର ଚାନ୍ଦନି ଚୌକରୁ ପ୍ରାର୍ଥୀ କରାଯାଇନି। ଏହି ଆସନରୁ ସେ ୨୦୦୪ରୁ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ତାଙ୍କୁ ଏଥର ଏହି ଆସନ ମିଳିନି। ଦକ୍ଷିଣ ଦିଲ୍ଲୀରେ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିନି। ଏହି ଆସନ‌ରେ କଂଗ୍ରେସ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ମୁଖ୍ୟ ଅଭିଯୁକ୍ତ ସଜ୍ଜନ କୁମାରଙ୍କ ଭାଇ ରମେଶ କୁମାରଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିବାବେଳେ ଏହାକୁ ନେଇ ଶିଖ୍‌ ଗୋ‌ଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଦଳ ଏହି ଆସନରେ ପ୍ରାର୍ଥୀ ଘୋଷଣା କରିନି। ଅନ୍ୟପକ୍ଷେ ଦିଲ୍ଲୀର ୭ ଆସନରୁ ବିଜେପି ଗତକାଲି ୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe